ଜମ୍ମୁ ଓ କଶ୍ମୀର ଆତଙ୍କବାଦକୁ ପାଣ୍ଠି ଯୋଗାଣ ମାମଲାରେ କଶ୍ମୀରୀ ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲିକ ଦୋଷୀ ସାବ୍ୟସ୍ତ

Advertisment
ଜମ୍ମୁ ଓ କଶ୍ମୀର ଆତଙ୍କବାଦକୁ ପାଣ୍ଠି ଯୋଗାଣ ମାମଲାରେ କଶ୍ମୀରୀ ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲିକ ଦୋଷୀ ସାବ୍ୟସ୍ତ

Image Courtesy of India Today

ନୂଆଦିଲ୍ଲୀ: ଆତଙ୍କବାଦକୁ ପାଣ୍ଠି ଯୋଗଣ ମାମଲାରେ ଆଜି କଶ୍ମୀରୀ ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମଲିକଙ୍କୁ ଦିଲ୍ଲୀସ୍ଥିତ ସ୍ବତନ୍ତ୍ର ‘ଏନ୍‌ଆଇଏ’ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି।

ତାଙ୍କ ନାମରେ କଠୋର ‘ଅନ୍‌ଲଫୁଲ୍‌ ଆକ୍ଟିଭିଟିଜ୍‌ ପ୍ରିଭେନ୍‌ସନ୍ ଆକ୍ଟ୍‌’ରେ (ୟୁଏପିଏ) ପଡ଼ିଥିବା ସମସ୍ତ ଅଭିଯୋଗ ସମେତ ଅନ୍ୟାନ୍ୟ ଅଭିଯୋଗଗୁଡ଼ିକ ସତ ବୋଲି ୟାସିନ୍‌ ସ୍ବୀକାର କରିବା ପରେ ‘ଏନ୍‌ଆଇଏ’ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ଲାଗି ନିଷ୍ପତ୍ତି ନେଇଥିଲେ।

publive-image Image Courtesy of Zee News

‘ଏନ୍‌ଆଇଏ’ କର୍ତ୍ତୃପକ୍ଷମାନେ ୟାସିନ୍‌ଙ୍କର ଆର୍ଥିକ ପରିସ୍ଥିତିର ମୂଲ୍ୟାୟନ କରିବା ପରେ ମେ ୨୫ ତାରିଖ ଦିନ ଦଣ୍ଡର ପରିମାଣ ସଂକ୍ରାନ୍ତରେ ବିତର୍କ କରି‌ବେ। ସ୍ବତନ୍ତ୍ର ବିଚାରପତି ପ୍ରବୀଣ ସିଂହ ଏହି ଦଣ୍ଡାଦେଶ ସଂକ୍ରାନ୍ତ ତର୍କର ଶୁଣାଣି କରିବେ।

ପ୍ରାପ୍ତ ସୂଚନା ଅନୁସାରେ, ପରବର୍ତ୍ତୀ ଶୁଣାଣି ତାରିଖ ସୁଦ୍ଧା ତାଙ୍କ ଅର୍ଥନୈତିକ ସମ୍ପତ୍ତି ବିଷୟରେ ସତ୍ୟପାଠ ଦାଖଲ କରିବା ଲାଗି ୟାସିନ୍‌ ମଲିକଙ୍କୁ କୁହାଯାଇଛି।

ତାଙ୍କ ବିରୋଧରେ ଆଗତ ସମସ୍ତ ଅଭିଯୋଗ ସତ୍ୟ ବୋଲି ମେ ୧୦ ତାରିଖ ଦିନ ଦିଲ୍ଲୀ ଅଦାଲତଙ୍କ ଆଗରେ ୟାସିନ୍‌ ସ୍ବୀକାର କରିଥିଲେ। ତାଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ଦେଶ ବିରୋଧରେ ଯୁଦ୍ଧ ତଥା ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ କରିବା ଏବଂ କଶ୍ମୀରରେ ଶାନ୍ତି ନଷ୍ଟ କରିବା ଆଦି ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe