ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ୟାସିନ ମଲିକକୁ ଆଜୀବନ କାରାଦଣ୍ଡ

Advertisment
ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ୟାସିନ ମଲିକକୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ଆତଙ୍କବାଦକୁ ପାଣ୍ଠି ଯୋଗଣ ମାମଲାରେ ଆଜି କଶ୍ମୀରୀ ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଦିଲ୍ଲୀସ୍ଥିତ ସ୍ବତନ୍ତ୍ର ‘ଏନ୍‌ଆଇଏ’ ଅଦାଲତ। ‘ଏନ୍‌ଆଇଏ’ ପକ୍ଷରୁ ୟାସିନ ମଲିକକୁ ଫାଶୀ ଦିଆଯାଉ ବୋଲି ଅଦାଲତରେ ଆବେଦନ କରାଯାଇଥିବା ବେଳେ କୋର୍ଟ ତାକୁ ଆଜୀବନ କାରାଦଣ୍ଡ ଦେଇଛନ୍ତି। ଏହା ସହ ୧୦ଲକ୍ଷ ଟଙ୍କାର ଜରିମାନା ଦେବାକୁ ମଧ୍ୟ କୋର୍ଟ କହିଛନ୍ତି। ମେ ୧୯ରେ ଏନଆଇଏ କୋର୍ଟର ସ୍ବତନ୍ତ୍ର ଜଜ୍ ପ୍ରବୀଣ ସିଂ ମଲିକଙ୍କୁ ‘ଅନ୍‌ଲଫୁଲ୍‌ ଆକ୍ଟିଭିଟିଜ୍‌ ପ୍ରିଭେନ୍‌ସନ୍ ଆକ୍ଟ୍‌’ରେ (ୟୁଏପିଏ) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ।

ତାଙ୍କ ନାମରେ ୟୁଏପିଏ ଆଇନ ଅଧୀନରେ କରାଯାଇଥିବା ସମସ୍ତ ଅଭିଯୋଗ  ସତ ବୋଲି ୟାସିନ୍‌ ସ୍ବୀକାର କରିବା ପରେ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ତାଙ୍କ ବିରୋଧରେ ଆଗତ ସମସ୍ତ ଅଭିଯୋଗ ସତ୍ୟ ବୋଲି ମେ ୧୦ ତାରିଖ ଦିନ ଦିଲ୍ଲୀ ଅଦାଲତଙ୍କ ଆଗରେ ୟାସିନ୍‌ ସ୍ବୀକାର କରିଥିଲେ। ତାଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ଦେଶ ବିରୋଧରେ ଯୁଦ୍ଧ ତଥା ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ କରିବା ଏବଂ କଶ୍ମୀରରେ ଶାନ୍ତି ନଷ୍ଟ କରିବା ଆଦି ଅଭିଯୋଗ ହୋଇଥିଲା।

ୟାସିନ ଦୋଷ ସ୍ବୀକାର କରିବା ପରେ ପଟିଆଲା ହାଉସ କୋର୍ଟର ସ୍ପେଶାଲ୍ ଜଜ୍ ତାଙ୍କ ଆର୍ଥିକ ସ୍ଥିତିର ଆକଳନ କରିବାକୁ ଏନଆଇଏ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ, ଯାହା ଦ୍ବାରା ଜରିମାନାର ପରିମାଣ ସ୍ଥିର ହୋଇପାରିବ। ତେବେ ୟାସନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ନାଁ ଆଜୀବନ କାରାଦଣ୍ଡ ଦିଆଯିବ, ସେ ନେଇ ଆଇନଗତ କସରତ ଲାଗିରହିଥିବା ବେଳେ ଏବେ ଏହି ଚର୍ଚ୍ଚା ଶେଷ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe