Kathmandu Mayor Balen Shah's message on social media X Photograph: (sambad.in)
କାଠମାଣ୍ଡୁ: ସୋସିଆଲ ମିଡିଆ ଏକ୍ସରେ କାଠମାଣ୍ଡୁ ମେୟର ବାଲେନ୍ ଶାହ ଦେଶ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ମୋର ଆବେଦନ, ପ୍ରିୟ ଜେନ୍-ଜେଡ୍ ଏବଂ ସମସ୍ତ ନେପାଳୀ ନାଗରିକମାନେ, ଦେଶ ବର୍ତ୍ତମାନ ଅଭୂତପୂର୍ବ ପରିସ୍ଥିତିରେ ଅଛି। ଆପଣମାନେ ଏକ ସୁବର୍ଣ୍ଣ ଭବିଷ୍ୟତ୍ ପାଇଁ ପଦକ୍ଷେପ ନେଉଛନ୍ତି।
ଏହି ସମୟରେ ଭୟଭୀତ ହୁଅନ୍ତୁ ନାହିଁ, ଧୈର୍ଯ୍ୟ ଧରନ୍ତୁ । ବର୍ତ୍ତମାନ ଦେଶରେ ଏକ ଅସ୍ଥାୟୀ ସରକାର ଗଠିନ ହେବାକୁ ଯାଉଛି।ଏହି ଅସ୍ଥାୟୀ ସରକାରର କାମ ହେଉଛି ନିର୍ବାଚନ କରାଇବା ଏବଂ ଦେଶକୁ ନୂଆ ଆଦେଶ ଦେବା।
ଯେଉଁମାନେ ଏବେର ନେତୃତ୍ୱ ନେବା ପାଇଁ ଆତୁର, ସେମାନଙ୍କୁ ମୁଁ କହିବାକୁ ଚାହୁଁଛି, ଦେଶକୁ ଆପଣଙ୍କର ଉତ୍ସାହ, ଚିନ୍ତାଧାରା ଓ ସତ୍ୟନିଷ୍ଠା ସ୍ଥାୟୀଭାବରେ ଆବଶ୍ୟକ, ଅସ୍ଥାୟୀ ଭାବରେ ନୁହେଁ। ସେଥିପାଇଁ ନିର୍ବାଚନ ହେବ। ଦୟାକରି ଆତୁର ହୁଅନ୍ତୁ ନାହିଁ।
ମହାମହିମ ରାଷ୍ଟ୍ରପତି ଉଦ୍ଦେଶ୍ୟରେ ସେ କହିଛନ୍ତି, ଜେନ୍-ଜେଡ୍ ଆଣିଥିବା ଐତିହାସିକ ବିପ୍ଲବକୁ ସୁରକ୍ଷା କରିବା ପାଇଁ, ଏକ ଅସ୍ଥାୟୀ ସରକାର ଗଠନ କରାଯାଇ ପାର୍ଲାମେଣ୍ଟକୁ ବିଲୋପ କରାଯିବା ଅତ୍ୟାବଶ୍ୟକ।
Nepal
Follow Us