ତେଜିଲା କାଉଡ଼ିଆ ନାମଫଳକ ବିବାଦ: ନାମଫଳକକୁ ସମର୍ଥନ କଲେ ବାବା ରାମଦେବ

Advertisment

ତୀବ୍ର ପକ୍ଷପାତିତାର ଉଦାହରଣ: ବିରୋଧୀ

ତୀବ୍ର ପକ୍ଷପାତିତାର ଉଦାହରଣ: ବିରୋଧୀ

ତେଜିଲା କାଉଡ଼ିଆ ନାମଫଳକ ବିବାଦ: ନାମଫଳକକୁ ସମର୍ଥନ କଲେ ବାବା ରାମଦେବ

ନୂଆଦିଲ୍ଲୀ: କାଉଡ଼ିଆ ଯାତ୍ରା ମାର୍ଗରେ ହୋଟେଲଗୁଡ଼ିକରେ ମାଲିକଙ୍କ ନାମ ସାର୍ବଜନୀନ କରାଯିବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ନିଷ୍ପତ୍ତିକୁ ନେଇ ବିବାଦ ତୀବ୍ର ହୋଇଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ‌ଯୋଗଗୁରୁ ବାବା ରାମଦେବ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଯଦି ନିଜର ଉତ୍ପାଦରେ ନାମ ଉଲ୍ଲେଖ କରିବାରେ ରାମଦେବଙ୍କର କୌଣସି ଅସୁବିଧା ନାହିଁ, ତେବେ ରହମାନଙ୍କ ପାଇଁ ନାମ ଘୋଷଣାରେ ସମସ୍ୟା କାହିଁକି? ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତ୍ତରପ୍ରଦେଶ ସରକାର କାଉଡ଼ିଆ ଯାତ୍ରା ମାର୍ଗରେ ଥିବା ଖାଦ୍ୟ ଦୋକାନଗୁଡ଼ିକୁ ସେମାନଙ୍କ ମାଲିକଙ୍କ ନାମ ପ୍ରଦର୍ଶନ କରିବାକୁ ବାଧ୍ୟତାମୂଳକ କରିବାକୁ ନିର୍ଦ୍ଦେଶ ଦେଇଥିବାରୁ ଯୋଗଗୁରୁ ରାମଦେବ ଏ ବାବଦରେ ତାଙ୍କ ଆଭିମୁଖ୍ୟ ରଖିଛନ୍ତି। ବିଭିନ୍ନ ବିରୋଧୀ ଦଳ ଓ ନେତାମାନେ ଏହି ନିର୍ଦ୍ଦେଶନାମାକୁ ଧର୍ମ ଆଧାରରେ ଭେଦଭାବ ବୋଲି ଯୁକ୍ତି ବାଢ଼ିଥିବା ବେଳେ ରାମଦେବ ଏଭଳି ମନ୍ତବ୍ୟ ଦେଇଛନ୍ତି।

ଖାଦ୍ୟ ଦୋକାନ ନାମ ଫଳକରେ ମାଲିକଙ୍କ ନାମ ଉଲ୍ଲେଖ ନେଇ ରାମଦେବ କହିଛନ୍ତି, ସମସ୍ତେ ନିଜ ନାମକୁ ନେଇ ଗର୍ବିତ ହେବା ଉଚିତ। ନାମ ଲୁଚାଇବାର ଆବଶ୍ୟକତା ନାହିଁ। କାର୍ଯ୍ୟରେ କେବଳ ଶୁଦ୍ଧତା ଆବଶ୍ୟକ। ଯଦି ଆମର କାମ ଶୁଦ୍ଧ, ତେବେ ଆମେ ହିନ୍ଦୁ, ମୁସଲମାନ କିମ୍ବା ଅନ୍ୟ କୌଣସି ସମ୍ପ୍ରଦାୟର ହେବା ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି ରାମଦେବ କହିଛନ୍ତି। ଉତ୍ତର ପ୍ରଦେଶ ସରକାର କାଉଡ଼ିଆ ଯାତ୍ରା ମାର୍ଗରେ ଥିବା ଖାଦ୍ୟ ପ୍ରତିଷ୍ଠାନଗୁଡ଼ିକୁ ସେମାନଙ୍କ ମାଲିକଙ୍କ ନାମ ପ୍ରଦର୍ଶିତ କରିବାକୁ ନିର୍ଦ୍ଦେଶ ଦେବା ପରେ ଏହି ବିବାଦ ଆରମ୍ଭ ହୋଇଥିଲା। ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ନିଆଯାଇଥିବା ଏହି ପଦକ୍ଷେପକୁ ଅନେକ ସମାଲୋଚନା କରି ଏହା ମୁସଲମାନ ମାଲିକାନାରେ ଥିବା ବ୍ୟବସାୟଗୁଡ଼ିକୁ ଚିହ୍ନଟ କରିବା ଏବଂ ସମ୍ଭାବ୍ୟ ଭାବେ ଟାର୍ଗେଟ କରିବାର ଏକ ପରୋକ୍ଷ ପ୍ରୟାସ ଭାବରେ ବିବେଚନା କରିଛନ୍ତି। ବିରୋଧୀ ଦଳ ନେତାମାନେ ଏହି ନିର୍ଦ୍ଦେଶନାମାକୁ ତୀବ୍ର ପକ୍ଷପାତିତାର ଉଦାହରଣ ବୋଲି ଦର୍ଶାଇ ଏହାକୁ ନିନ୍ଦା କରିଛନ୍ତି। ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି ଯେ ଏବେ ୟୁପିର କାଉଡ଼ିଆ ଯାତ୍ରା ମାର୍ଗରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।

 ନାମଫଳକକୁ ସମର୍ଥନ କଲେ ବାବା ରାମଦେବ
 ତୀବ୍ର ପକ୍ଷପାତିତାର ଉଦାହରଣ: ବିରୋଧୀ
 ନିର୍ଦ୍ଦେଶ ପ୍ରତ୍ୟାହାର ପାଇଁ ବିଜେପି ଉପରେ ସହଯୋଗୀଙ୍କ ଚାପ

ଭାରତୀୟ ମୁସଲମାନମାନଙ୍କ ପ୍ରତି ବିଜେପି ଘୃଣା ପ୍ରସାର କରୁଛି ଏବଂ ଏହି ଘୃଣାର ଶ୍ରେୟ ରାଜନୈତିକ ଦଳ, ହିନ୍ଦୁତ୍ୱବାଦୀ ନେତା ଏବଂ ତଥାକଥିତ ଧର୍ମନିରପେକ୍ଷ ଦଳଗୁଡ଼ିକୁ ଯାଉଛି ବୋଲି ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଅୱେସି କହିଛନ୍ତି। ରାଜ୍ୟସଭା ସାଂସଦ କପିଲ ସିବଲ ମଧ୍ୟ ୟୁପି ସରକାରଙ୍କ ନିର୍ଦ୍ଦେଶକୁ ସମାଲୋଚନା କରିଛନ୍ତି। ବିରୋଧୀ ଦଳମାନଙ୍କ ଜୋରଦାର ବିରୋଧ ଭିତରେ ଏନ୍‌ଡିଏର କେତେକ ସହଯୋଗୀ ଦଳ ମଧ୍ୟ ଏବେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିଛନ୍ତି। ମୁଜାଫରନଗର ପୁଲିସ ସ୍ପଷ୍ଟ କରିଛି ଯେ ଏହି ଆଦେଶ ପଛର ଉଦ୍ଦେଶ୍ୟ ଧାର୍ମିକ ଭେଦଭାବ ସୃଷ୍ଟି କରିବା ନୁହେଁ। ପୁଲିସ କହିଛି ଯେ ଭୋଜନାଳୟଗୁଡ଼ିକୁ ସ୍ୱେଚ୍ଛାକୃତ ଭାବରେ ସେମାନଙ୍କ ମାଲିକ ଏବଂ କର୍ମଚାରୀଙ୍କ ନାମ ପ୍ରଦର୍ଶିତ କରିବାକୁ ଅନୁରୋଧ କରାଯାଇଛି। ଏହାର ଉଦ୍ଦେଶ୍ୟ କୌଣସି ପ୍ରକାର ଧାର୍ମିକ ଭେଦଭାବ ସୃଷ୍ଟି କରିବା ନୁହେଁ ବରଂ କେବଳ ଶ୍ରଦ୍ଧାଳୁଙ୍କ ସୁବିଧା କରିବା ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe