ଆଜିଠୁ ପ୍ରସାରିତ ହେବ କେବିସି-୧୨; ଜାଣନ୍ତୁ କେବେ ଓ କେଉଁ ସମୟରେ ଦେଖିବେ ବିଗ୍‌ବିଙ୍କ ଏହି ‌ସୋ

Advertisment
ଆଜିଠୁ ପ୍ରସାରିତ ହେବ କେବିସି-୧୨; ଜାଣନ୍ତୁ କେବେ ଓ କେଉଁ ସମୟରେ ଦେଖିବେ ବିଗ୍‌ବିଙ୍କ ଏହି ‌ସୋ

Aaj tak

ନୂଆଦିଲ୍ଲୀ: ବହୁଚର୍ଚିତ ଟେଲିଭିଜନ୍ କୁଇଜ୍ ସୋ’ କୌନ୍‌ ବନେଗା କରୋଡ଼ପତି(କେବିସି)ର ୧୨ତମ ସିଜନ୍ ପ୍ରସାରଣ ଲାଗି ପ୍ରସ୍ତୁତ ହୋଇସାରିଛି। ବହୁ ଦିନର ଅପେକ୍ଷାର ଅନ୍ତ ଘଟାଇ ଆଜି (୨୮ ସେପ୍ଟେମ୍ବର) ଏହି ସୋ’ ଆରମ୍ଭ ହେବ।

ବଲିଉଡ଼ ସୁପରଷ୍ଟାର ଅମିତାଭ ବଚ୍ଚନ ଉପସ୍ଥାପନ କରୁଥିବା କେବିସି ସିଜନ୍‌-୧୨ ଆଜି ରାତି ୯ଟା ସମୟରେ ସୋନିରେ ପ୍ରସାରିତ ହେବ।   ଏହା ପ୍ରତି ସୋମବାରୁ ଶୁକ୍ରବାର ଏହା ପ୍ରସାରିତ ହେବ। ଏହାସହ ଅନ୍‌ଲାଇନ ମାଧ୍ୟମରେ ସୋନି ଲାଇଭରେ ମଧ୍ୟ ଦେଖିହେବ।

ମୋବାଇଲରେ ଟିଭି ଦେଖୁଥିବା ୟୁଜର୍ସମାନେ ଜିଓ ଟିଭି ଓ ଏୟାରଟେଲ ଟିଭି ଦ୍ବାରା ମଧ୍ୟ ଦେଖିପାରିବେ। କେବିସି ସିଜନ୍‌-୧୨ରେ ନୂଆ କରି  କିଛି କଥା ଯୋଡ଼ା ଯାଇଛି। ସାମାଜିକ ଦୂରତାକୁ ନଜରରେ ରଖି ସିଜନ୍‌-୧୨ରେ ଫା‌େଷ୍ଟସ୍‌ ଫିଙ୍ଗର ସଂଖ୍ୟାକୁ  ୮ କରି ଦିଆଯାଇଛି। ଏହାସହ ଅଡ଼ିଏନ୍ସ ପୋଲ୍‌ ବି ହଟାଇ ଦିଆଯାଇଛି। ମାତ୍ର  ‘ଭିଡ଼ିଓ ଏ ଫ୍ରେଣ୍ତ’ ନାମରେ ନୂଆ କରି ଏକ  ଅପ୍ସନ ରଖାଯାଇଛି । ଏଥର ପ୍ରତିଯୋଗୀଙ୍କ ସହ  ତାଙ୍କର ଜଣେ ମାତ୍ର ପରିଚିତ ବ୍ୟକ୍ତିଙ୍କୁ ସେଟ୍‌ରେ ରହିବାକୁ ଅନୁମତି ରହିଛି। କେବିସି ସିଜନ୍‌-୧୨ର ଥିମ୍‌ ରହିଛି ‘ସେଟ୍‌ବ୍ୟାକ୍‌ କା ଜବାବ କମ୍‌ ବ୍ୟାକ୍‌ ସେ’।

ତେବେ ଏ ସବୁ ଭିତରେ ଯାହା ବଦଳିନାହିଁ ତାହା ହେଲା ଲୋକେ ଘରେ ରହି ମଧ୍ୟ ପ୍ରଶ୍ନର ଉତ୍ତର ଦେଇ ଧନରାଶି ଜିତି ପାରିବେ। ଏହାସହ ଚଳିତବର୍ଷ କେବିସି-୧୨ ତା’ର ୨୦ ବର୍ଷ ପୁରଣ କରିଛି। ୨୦୦୦ ମସିହାରେ ଏହାର ପ୍ରସାରଣ ଆରମ୍ଭ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe