ନିଜ ଗାଆଁର ସବୁ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

photo-navbharattimes

ହାଇଦ୍ରାବାଦ: ତେଲେଙ୍ଗନାର ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର୍‌)ନିଜର ପୈତୃକ ଗ୍ରାମ ଚିନ୍ତାମଡାକାର ସମସ୍ତ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦେବାର ଘୋଷଣା କରିଛନ୍ତି। ସେ ଗତକାଲି ଏହି ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ ଏହାଦ୍ୱାରା ଗାଆଁର ୨ ହଜାର ପରିବାର ଲାଭାନ୍ଵିତ ହେବେ। କେସିଆର୍‌ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଅର୍ଥରେ ତାଙ୍କ ଗାଆଁର ଲୋକେ କିଛି ବି ସାମଗ୍ରୀ କିଣିପାରିବେ । ତେଣେ ଦୁଇ ହଜାର ପରିବାରଙ୍କୁ ୧୦ ଲକ୍ଷ ଟଙ୍କାର ଅର୍ଥ ରାଶି ଦିଆଯିବା ଫଳରେ ସରକାରୀ ରାଜସ୍ୱ ଉପରେ ଦୁଇ ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ ବୋଲି ଜଣାଯାଇଛି।

publive-image photo-newindianexpress.com

ଏଣେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଘୋଷଣା ପରେ ବିଜେପି ନେତା ତାଙ୍କୁ କଟାକ୍ଷ କରିଛନ୍ତି। ବିଜେପି ନେତା ପି.ମୁରଲୀଧର ରାଓ କହିଛନ୍ତି କେସିଆର୍‌ କେବଳ ଗୋଟିଏ ଗାଆଁର ଲୋକଙ୍କୁ ନୁହେଁ ବରଂ ସମସ୍ତ ଗାଆଁର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦେବାର ବନ୍ଦୋବସ୍ତ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe