ତାନ୍ତ୍ରିକଙ୍କ ପରାମର୍ଶକ୍ରମେ ଦଳ ନାଁ ବଦଳାଇ ‘ବିଆର୍‌ଏସ୍‌’ ରଖିଛନ୍ତି ‘କେସିଆର୍‌’: ନିର୍ମଳା ସୀତାରମଣ

Advertisment
ତାନ୍ତ୍ରିକଙ୍କ ପରାମର୍ଶକ୍ରମେ ଦଳ ନାଁ ବଦଳାଇ ‘ବିଆର୍‌ଏସ୍‌’ ରଖିଛନ୍ତି ‘କେସିଆର୍‌’: ନିର୍ମଳା ସୀତାରମଣ

Image Grabbed from Video

ଚେନ୍ନାଇ: ତାନ୍ତ୍ରିକମାନଙ୍କ ପରାମର୍ଶକ୍ରମେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ତାଙ୍କର ଦଳର ନାଁ ‘ତେଲେଙ୍ଗାନା ରାଷ୍ଟ୍ର ସମିତି’କୁ ବଦଳାଇ ‘ଭାରତ ରାଷ୍ଟ୍ର ସମିତି’ କରିଛନ୍ତି ବୋଲି ଶନିବାର ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’କୁ ସୀତାରମଣ କହିଛନ୍ତି, ତାନ୍ତ୍ରିକ ଓ ସଂଖ୍ୟାତତ୍ତ୍ବବିତ୍‌ମାନଙ୍କ ପରାମର୍ଶକ୍ରମେ ମୁଖ୍ୟମନ୍ତ୍ରୀ ‘କେସିଆର୍‌’ ସଚିବାଳୟ ଯିବା ବନ୍ଦ କଲେ ଓ ବହୁ ବର୍ଷ ଧରି ତାଙ୍କ କ୍ୟାବିନେଟ୍‌ରେ ମହିଳାଙ୍କୁ ସାମିଲ କରି ନ ଥିଲେ। ତାନ୍ତ୍ରିକମାନଙ୍କ ପରାମର୍ଶକ୍ରମେ ଏବେ ସେ ଦଳର ନାମ ପରିବର୍ତ୍ତନ କରି ‘ବିଆର୍‌ଏସ୍‌’ ରଖିଛନ୍ତି। କିନ୍ତୁ, ଶୁଭାରମ୍ଭ କରାଯାଇଥିବା ଏହି ଦଳ ବିପର୍ଯ୍ୟସ୍ତ ହୋଇଯିବ।

ତେଲେଙ୍ଗାନାବାସୀ ଓ ତେଲୁଗୁ ଭା‌ଷାଭା‌‌ଷୀ ବିଫଳ କରାଇ ଧୋକା ଦେବା ପରେ ସେ ‘ବିଆର୍‌ଏସ୍‌’କୁ ଜାତୀୟ ଦଳ ଭାବେ ଆରମ୍ଭ କରିଛନ୍ତି। ଏହି ନୂତନ ଦଳ ବିପର୍ଯ୍ୟସ୍ତ ହୋଇଯିବ।

publive-image Image Courtesy of India Today

ତେଲେଙ୍ଗାନା ଭାବାବେଗର ପରିପୂରଣ ନିମନ୍ତେ ‘ଟିଆର୍‌ଏସ୍‌’ ଗଠନ କରାଯାଇଥିଲା, କିନ୍ତୁ ‘କେସିଆର୍‌’ ତାହା ପରିପୂରଣ କରିବାରେ ‘କେସିଆର୍‌’ ବିଫଳ ହୋଇଛନ୍ତି। ସେତେବେଳେ କୁହାଯାଉଥିଲା, ତେଲେଙ୍ଗାନା ରାଜ୍ୟତ୍ବର ଅଭିଳାଷ ହେଉଛି ପାଣ୍ଠି, ପାଣି ଓ ଚାକିରି। ସାମାଜିକ ନ୍ୟାୟ ଓ ମହିଳା ସଶକ୍ତିକରଣ କରାଯିବ ବୋଲି ମଧ୍ୟ କୁହାଯାଇଥିଲା। କିନ୍ତୁ, ୨୦୧୪ରୁ ୨୦୧୮, ଚାରିବର୍ଷ ଧରି ‘ଟିଆର୍‌ଏସ୍‌’ ସରକାରରେ ଗୋଟିଏ ହେଲେ ମହିଳା ମନ୍ତ୍ରୀ ନ ଥିଲେ। ‘ଟିଆର୍‌ଏସ୍‌’ ପୁନଃ-ନିର୍ବାଚନ ପରେ ମଧ୍ୟ ବର୍ଷେକାଳ ମହିଳା ମନ୍ତ୍ରୀ ନ ଥିଲେ ବୋଲି ସୀତାରମଣ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଗଠନ ସମୟରେ ତେଲେଙ୍ଗାନା ଥିଲା ବଳକା ରାଜସ୍ବ ଥିବା ପ୍ରଦେଶ। ଏବେ ତେଲେଙ୍ଗାନା ୩ ଲକ୍ଷ କୋଟି ଟଙ୍କା ଋଣ କରିଛି ଯାହାର ‘ଡିଏସ୍‌ଡିପି’ ହାର ପ୍ରାୟ ୨୫%ରେ ପହଞ୍ଚିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe