ଦିଲ୍ଲୀ ମଦ ଦୁର୍ନୀତି: କେସିଆର୍‌ଙ୍କ ଝିଅ କେ କବିତାଙ୍କୁ ସିବିଆଇ ଜେରା

Advertisment
କେସିଆର୍‌ଙ୍କ ଝିଅ ଖୁବ୍‌ଶୀଘ୍ର ଗିରଫ ହେବେ, ବିଜେପି ନେତାଙ୍କ ଦାବି

ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ରବିବାର ଦିନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍)ଙ୍କ ଝିଅ କେ କବିତାଙ୍କୁ ତାଙ୍କ ବଞ୍ଜାରା ହିଲ୍‌ସ-ସ୍ଥିତ ବାସଭବନରେ ଜେରା କରିଛି। ସିବିଆଇ ଜେରା କରିବାର ଦିନକ ପୂର୍ବରୁ ହାଇଦ୍ରାବାଦର ସବୁଆଡ଼େ ‘ସଂଗ୍ରାମୀଙ୍କ ଝିଅ କେବେ ବି ଡରେନି, ଆମେ କବିତାଙ୍କ ସହ ଅଛୁ’ ବୋଲି ପୋଷ୍ଟର ମରା ହୋଇଥିଲା। ରବିବାର ସକାଳେ ଜେରା ପୂର୍ବରୁ କବିତାଙ୍କ ବାସଭବନ ଚାରିପାଖ ଜନଶୂନ୍ୟ ଥିଲା। କବିତା କୁଆଡ଼େ ସମର୍ଥକମାନଙ୍କୁ ଘର ପାଖରେ ଭିଡ଼ ନ କରିବା ପାଇଁ କହିଥିଲେ। କବିତାଙ୍କ ଘର ପାଖରେ ପୁଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। କବିତା ପ୍ରଥମେ ୬ ତାରିଖରେ ଉପସ୍ଥିତ ରହିବେ ବୋଲି କହିଥିଲେ। ତା’ପରେ ସେ ସିବିଆଇକୁ କହିଥିଲେ ଯେ ସେ ଡିସେମ୍ବର ୧୧, ୧୨, ୧୪ ଓ ୧୫ରେ ନିଜ ଘରେ ଜେରା ପାଇଁ ଉପସ୍ଥିତ ରହିବେ ଓ ସହଯୋଗ କରିବେ।

ସୂଚନାଯୋଗ୍ୟ, ଇଡିର ରିପୋର୍ଟ ଅନୁସାରେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବିଜୟ ନାୟାର ‘ସାଉଥ୍‌ ଗ୍ରୁପ୍’ଠାରୁ ୧୦୦ କୋଟି ଟଙ୍କାର ଲାଞ୍ଚ ଗ୍ରହଣ କରିଥିଲେ। ଉକ୍ତ ‘ସାଉଥ୍ ଗ୍ରୁପ୍ ମଧ୍ୟରେ ଶରତ ରେଡ୍ଡୀ, କେ କବିତା ଓ ମାଗୁନ୍ତା ଶ୍ରୀନିବାସୁଲୁ ରେଡ୍ଡୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe