କେସିଆର୍‌ ଅସୁସ୍ଥ

Advertisment
ତେଲେଙ୍ଗାନାରେ ଆମ୍ବେଦକରଙ୍କ ୧୨୫ ଫୁଟ ପ୍ରତିମୂର୍ତ୍ତି, ୧୪ରେ ଉନ୍ମୋଚନ ସମାରୋହ

ନୂଆଦିଲ୍ଲୀ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରବିବାର ସକାଳେ ହାଇଦ୍ରାବା‌ଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସକାଳେ କେସିଆର ପେଟରେ ଯନ୍ତ୍ରଣା ଅନୁଭବ କରିବା ଫଳରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଭିନ୍ନ ପ୍ରକାର ଟେଷ୍ଟ୍‌ ଏବଂ ଏଣ୍ଡୋସ୍କୋପି କରିବାପରେ ଜଣାପଡ଼ିଲା ଯେ କେସିଆରଙ୍କ ପେଟରେ ଘା’ ହୋଇଛି। ଏଥିପାଇଁ କେସିଆର୍‌ ଏବେ ଚିକିତ୍ସାଧୀନ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ କେସିଆରଙ୍କ ଝିଅ କେ କବିତାଙ୍କୁ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ଗତକାଲି ଜେରା କରିଛି ଏବଂ ଆସନ୍ତା ୧୬ ତାରିଖରେ ପୁଣିଥରେ ଜେରା ପାଇଁ ସମନ୍‌ କରିଛି। ଏଭଳି ସମୟରେ କେସିଆର ଅସୁସ୍ଥ ହୋଇପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe