ନାମ ପରିବର୍ତ୍ତନ ପରେ ପ୍ରଥମ ଥର ରାଜ୍ୟ ବାହାରେ ମେଗା ରାଲି କରିବାକୁ ଯାଉଛନ୍ତି କେସିଆର

ନାମ ପରିବର୍ତ୍ତନ ପରେ ପ୍ରଥମ ଥର ରାଜ୍ୟ ବାହାରେ ମେଗା ରାଲି କରିବାକୁ ଯାଉଛନ୍ତି କେସିଆର

ମୁମ୍ବାଇ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆସନ୍ତାକାଲି ସନ୍ଧ୍ୟାରେ ମହାରାଷ୍ଟ୍ରର ନାନ୍ଦେଡ଼ ଜିଲ୍ଲାର ଭୋକରରେ ଏକ ଜନସଭାକୁ ସମ୍ବୋଧିତ କରିବେ | ୧୮ ଜାନୁୟାରୀରେ ଖମାମରେ ଜନସଭା ପରେ ପ୍ରଥମ ଥର ପାଇଁ ରାଜ୍ୟ ବାହାରେ ମେଗା ରାଲି ହେବାକୁ ଯାଉଛି | ବିଶେଷ କରି ତେଲେଙ୍ଗାନା ରାଷ୍ଟ୍ର ସମିତିର ନାମ ଭାରତ ରାଷ୍ଟ୍ର ସମିତି ପରିବର୍ତ୍ତନ ପରେ ତେଲେଙ୍ଗାନା ବାହାରେ ପ୍ରଥମ ଥର ଜନସଭା କରିବାକୁ ଯାଉଛନ୍ତି | ମିଳିଥିବା ସୂଚନା ମୁତାବକ ତେଲେଙ୍ଗାନା-ମହାରାଷ୍ଟ୍ର ସୀମାରେ ରହୁଥିବା ତେଲୁଗୁ ଭାଷାଭାଷିଙ୍କୁ ଏକତ୍ର କରାଇବା ପାଇଁ ଏହି ମେଗା ରାଲି କରୁଥିବାର ଜଣାପଡିଛି |

ଅନ୍ୟପଟେ ଫେବୃଆରୀ ୧୭ରେ କେସିଆର ନୂତନ ସଚିବାଳୟ କମ୍ପ୍ଲେକ୍ସର ଉଦଘାଟନ କରିବେ ଏବଂ ପରେ ସିକନ୍ଦରାବାଦର ପ୍ୟାରେଡ ଗ୍ରାଉଣ୍ଡରେ ଏକ ସାଧାରଣ ସଭା ହେବ। ଏଥିପାଇଁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ଜେଡି (ୟୁ) ରାଷ୍ଟ୍ରୀୟ ସଭାପତି ଲଲନ ସିଂ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଡକ୍ଟର ବିଆର ଆମ୍ବେଦକରଙ୍କ ନାତି ପ୍ରକାଶ ଆମ୍ବେଦକରଙ୍କୁ ନିମନ୍ତ୍ରଣ କରାଯାଇଛି | ଏହାପୂର୍ବରୁ ଜାନୁୟାରୀ ୧୮ରେ ଖମାମ ଜନସଭାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ମାନ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏବଂ ସିପିଆଇ ଜାତୀୟ ସାଧାରଣ ସମ୍ପାଦକ ଡି.ରାଜା ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe