କେନ୍ଦ୍ରକୁ କେସିଆର୍‌ଙ୍କ ଚେତାବନୀ: ଚାଷୀ ସରକାର ବଦଳାଇ ଦେଇପାରିବେ

Advertisment
ବିଧାୟକ ‌କିଣିବା ଅଭିଯୋଗ ମାମଲାରେ କେସିଆରଙ୍କୁ ଝଟ୍‌କା

Image Source: The News Minute

ନୂଆଦିଲ୍ଲୀ: ପଞ୍ଜାବ ଗସ୍ତରେ ଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ଆଜି କେନ୍ଦ୍ର ସରକାରକୁ ଚେତାବନୀ ଦେଇଛନ୍ତି। ସରକାର ଚାଷୀମାନଙ୍କ ସମସ୍ୟା ପ୍ରତି ଉଦାସୀନ ରହିଲେ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଚାଷୀମାନେ ଯଦି ଚାହିବେ ତା’ହେଲେ ସରକାରକୁ ବଦଳାଇ ଦେଇ ପାରିବେ ବୋଲି କେସିଆର୍‌ କହିଛନ୍ତି। ଚାଷୀଙ୍କୁ ଫସଲର ଉଚିତ ଦାମ ମିଳିବା ନେଇ ସାମ୍ବିଧାନିକ ଗ୍ୟାରେଣ୍ଟି ଲୋଡ଼ା ବୋଲି ମତ ରଖି କେସିଆର୍‌ କହିଛନ୍ତି ଯେ କେନ୍ଦ୍ରର ଚାଷୀ ବିରୋଧୀ ନୀତିକୁ ଚାଷୀମାନେ ଅଧିକ କାଳ ବରଦାସ୍ତ କରିପାରିବେ ନାହିଁ।

ନୂଆ ଚାଷୀ ଆଇନ ରଦ୍ଦ ଦାବିରେ ଚାଲିଥିବା ଆନ୍ଦୋଳନରେ ଯେଉଁ ଚାଷୀମାନେ ପ୍ରାଣ ହରାଇଥିଲେ ସେମାନଙ୍କ ସ୍ମୃତିରେ ଚଣ୍ଡିଗଡ଼ଠାରେ ଆୟୋଜିତ ଏକ ସଭାରେ ଉଦ୍‌ବୋଧନ ଦେଇ କେସିଆର୍‌ ଏଭଳି ମତ ରଖିଛନ୍ତି। କେସିଆର୍‌ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ମୃତ ଚାଷୀଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe