ଦିଲ୍ଲୀ ଅବକାରୀ ନୀତି ମାମଲାରେ ‘ଇଡି’ର ଜେରାକୁ ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଜ୍‌ କଲେ ‘କେସିଆର୍‌’ଙ୍କ ଝିଅ କେ. କବିତା

Advertisment
ଦିଲ୍ଲୀ ଅବକାରୀ ନୀତି ମାମଲାରେ ‘ଇଡି’ର ଜେରାକୁ ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଜ୍‌ କଲେ ‘କେସିଆର୍‌’ଙ୍କ ଝିଅ କେ. କବିତା

Image Courtesy of NDTV

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟର ଜେରାକୁ ଚାଲେଞ୍ଜ୍‌ କରି ଆଜି ‘ଭାରତ ରାଷ୍ଟ୍ର ସମିତି’ର ନେତା ତଥା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତା ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ଦାଏର କରିଥିବା ପିଟିସନ୍‌ରେ କେ. କବିତା ଗିରଫଦାରିରୁ ସୁରକ୍ଷା ଲୋଡ଼ିବା ସହିତ ମଦ ନୀତି ସହିତ ଜଡ଼ିତ ଥିବା ‘ମନି-ଲଣ୍ଡରିଙ୍ଗ୍‌’ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟର ସମନ୍‌କୁ ଚାଲେଞ୍ଜ୍‌ କରିଛନ୍ତି।

ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଏବଂ ବିଚାରପତି ପି. ଏସ୍‌. ନରସିଂହଙ୍କ ଖଣ୍ଡପୀଠ ମାର୍ଚ ୨୪ ତାରିଖ ଦିନ କେ. କବିତାଙ୍କ ପିଟିସନ୍‌ର ଶୁଣାଣି କରିବେ ବୋଲି ରାଜି ହୋଇଛନ୍ତି।

publive-image Image Courtesy of The Times of India

ପିଟିସନ୍‌ର ଜରୁରୀ ଶୁଣାଣି ପାଇଁ ଅନୁରୋଧ କଲା ବେଳେ ତାଙ୍କ ଓକିଲ ପଚାରିଥିଲେ, ଜଣେ ମହିଳାଙ୍କୁ କ’ଣ ପ୍ରବର୍ତ୍ତନ ନିର୍ଦେଶାଳୟର କାର୍ଯ୍ୟାଳୟକୁ ଡକାଯାଇ ପାରିବ? ଏହା ସମ୍ପୂର୍ଣ୍ଣରୂପେ ଆଇନର ବିରୁଦ୍ଧାଚରଣ କରୁଛି।

ସୂଚନାଯୋଗ୍ୟ, ମାର୍ଚ ୧୧ ତାରିଖ ଦିନ ‘ଭାରତ ରାଷ୍ଟ୍ର ସମିତି’ର ନେତ୍ରୀ ତଥା ‘ବିଧାନ ପରିଷଦ୍‌’ର ସଦସ୍ୟା କେ. କବିତାଙ୍କୁ ‘ମନି-ଲଣ୍ଡରିଙ୍ଗ୍‌’ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ୪ ଘଣ୍ଟା ଜେରା କରିଥିଲା।

ମାର୍ଚ ୧୬ ତାରିଖରେ ହାଜର ହେବା ଲାଗି ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କୁ ପୁଣି ସମନ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe