ଅପେକ୍ଷାର ଅନ୍ତ ହେଲା, ବାବା କେଦାରନାଥଙ୍କ କପାଟ ଖୋଲିଲା... ଆରମ୍ଭ ହେଲା ଚାରିଧାମ ଯାତ୍ରା

kedarnathhhh

Photograph: (Sambad.in)

ଡେରାଡୁନ: ହରହର ମହାଦେବ... ହରହର ମହାଦେବ... ଜୟ ବାବା କେଦାରନାଙ୍କର ଜୟ... ଘଣ୍ଟ ଘଣ୍ଟା, ଓଁକାର ଧ୍ବନୀ ଏବଂ ମହାଦେବଙ୍କ ଜୟଜୟକାରରେ ଖୋଲିଲା ବାବା କେଦାରନାଥଙ୍କ କପାଟ । ଦେବଭୂମି ଉତ୍ତରାଖଣ୍ଡ ସ୍ଥିତ କେଦାରନାଥ ଧାମର କପାଟ ଆଜି ବୈଦିକ ରୀତିନୀତିରେ ଖୋଲା ହୋଇଛି ।

ଶୁକ୍ରବାର ସକାଳ ୭ଟାରୁ ଶ୍ରଦ୍ଧାଳୁଙ୍କ ପାଇଁ କେଦାରନାଥଙ୍କ କପାଟ ଖୋଲି ଦିଆଯାଇଛି । ଆଉ ଯେମିତି କପାଟ ଖୋଲିଛି ମନ୍ଦିର ବାହାରେ ଅପେକ୍ଷା କରିଥିବା ୧୫ ହଜାର ଭକ୍ତ ବାବାଙ୍କ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଶ୍ରଦ୍ଧାଳୁଙ୍କୁ ସ୍ବାଗତ କରିବା ସହ ନିଜେ ମନ୍ଦିର ଭିତରକୁ ଯାଇ ବାବାଙ୍କ ଦର୍ଶନ କରିଥିଲେ । ଶ୍ରଦ୍ଧାଳୁଙ୍କ ଉପରେ ଆକାଶ ମାର୍ଗରୁ ହେଲିକପ୍ଟରରେ ପୁଷ୍ପ ବୃଷ୍ଟି କରାଯାଇଥିଲା । ତେବେ ମୋଟ୍ ୧୦୮ କ୍ବିଣ୍ଟାଲ ଫୁଲରେ ସଜା ହୋଇଛି କେଦାରନାଥ ଧାମ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe