କେଦାରନାଥ ଧାମ ଯାତ୍ରା: ପୁଣି ୩ ତୀର୍ଥଯାତ୍ରୀ ମୃତ, ୫୭ ଯାତ୍ରୀଙ୍କ ମୃତ୍ୟୁ ହେଲାଣି

Advertisment
କେଦାରନାଥ ଧାମ ଯାତ୍ରା: ପୁଣି ୩ ତୀର୍ଥଯାତ୍ରୀ ମୃତ, ୫୭ ଯାତ୍ରୀଙ୍କ ମୃତ୍ୟୁ ହେଲାଣି

Naiduniya

ଉତ୍ତରାଖଣ୍ଡ: କେଦାରନାଥ ଯାତ୍ରାରେ ତୀର୍ଥଯାତ୍ରୀଙ୍କ ମୃତ୍ୟୁସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି। ରୁଦ୍ରପ୍ରୟାଗ ଜିଲ୍ଲା ପ୍ରଶାସନ ଦେଇଥିବା ତଥା ଅନୁସାରେ ଗତକାଲି ହୃଦ୍‌ଘାତରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଚଳିତ ବର୍ଷ ମେ ୩ରୁ ଚାରିଧାମ ତୀର୍ଥଯାତ୍ରା ଆରମ୍ଭ ହେବା ପରଠାରୁ ୫୭ ଜଣ ଯାତ୍ରୀ ପ୍ରାଣ ହରାଇଲେଣି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ଅଧିକାଂଶ ମୃତ୍ୟୁ ହୃଦ୍‌ଘାତ ଯୋଗୁଁ ହେଉଥିବା କୁହାଯାଇଛି। ଅନ୍ୟପକ୍ଷେ ପ୍ରତିଦିନ ସୀମିତ ସଂଖ୍ୟକ ଯାତ୍ରୀଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି। ଉତ୍ତରାଖଣ୍ଡ ସରକାରଙ୍କ ଅନୁସାରେ ପ୍ରତିଦିନ ଗଙ୍ଗୋତ୍ରିରେ ୮ହଜାର, ବଦ୍ରିନାଥରେ ୧୬ହଜାର, କେଦାରନାଥରେ୧୩ ହଜାର ଏବଂ ଯମୁନେତ୍ରୀରେ ୫ହଜାର ତୀର୍ଥଯାତ୍ରୀଙ୍କୁ ପ୍ରବେଶ ଅନୁମତି ଦିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe