ସାମ୍ନାକୁ ଆସିଲା ରାଜପଥରେ ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିବା ସମୟର ଭିଡିଓ

କେଦାରନାଥ ଯାଉଥିବା ହେଲିକପ୍ଟରର ଜରୁରୀକାଳୀନ ଅବତରଣ ସମୟରେ ରାଜପଥରେ ଛିଡ଼ା ହୋଇଥିବା ଏକ କାର ଆଖି ପିଛୁଳାକେ ଚୁରମାର ହୋଇଯାଇଥିବା ଦେଖିବାକୁ ମିଳୁଛି। ସୌଭାାଗ୍ୟବଶତଃ ଏହି ଦୁର୍ଘଟଣା ସମୟରେ କାର ଭିତରେ କୌଣସି ଯାତ୍ରୀ ବସି ନଥିଲେ।

ନଦୗସନଦୗ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ କେଦାରନାଥ ଦର୍ଶନ ପାଇଁ ଯାଉଥିବା ଏକ ହେଲିକପ୍ଟର ହଠାତ ରାଜପଥ ମଝିରେ ଜରୁରୀକାଳୀନ ଅବତରଣ କରିଥିବା ଘଟଣାର ଭିଡିଓ ସାମ୍ନାକୁ ଆସିଛି।

ଏହି ଭିଡିଓ ଜରିଆରେ ହେଲିକପ୍ଟରର ଜରୁରୀକାଳୀନ ଅବତରଣ ସମୟରେ ରାଜପଥରେ ଛିଡ଼ା ହୋଇଥିବା ଏକ କାର ଆଖି ପିଛୁଳାକେ ଚୁରମାର ହୋଇଯାଇଥିବା ଦେଖିବାକୁ ମିଳୁଛି।

ସୌଭାାଗ୍ୟବଶତଃ ଏହି ଦୁର୍ଘଟଣା ସମୟରେ କାର ଭିତରେ କୌଣସି ଯାତ୍ରୀ ବସି ନଥିଲେ। ଯଦ୍ବାରା କାହାକୁ କୌଣସି ପ୍ରକାର କ୍ଷତି ପହଞ୍ଚି ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। 

ଏଦୃଶ୍ୟ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଭୟରେ ଦୌଡ଼ି ପଳାଇଥିଲେ। ଏହି ଦୁର୍ଘଟଣା ସିରସି ନିକଟସ୍ଥ ଭରାସୁ ହେଲିପେଡ ନିକଟରେ ଘଟିଛି। ଟେକଅଫର କିଛି ସମୟ ମଧ୍ୟରେ ପାଇଲଟ କ୍ୟାପ୍ଟେନ ଆରପିଏମ ସୋଢ଼ିଙ୍କୁ ହେଲିକପ୍ଟରରେ କଲେକ୍ଟିଭ କଣ୍ଟ୍ରୋଲରେ ଯାନ୍ତ୍ରିକ ତ୍ରୁଟି ଥିବା ପରିଲକ୍ଷିତ ହୋଇଥିଲା।

ପରିସ୍ଥିତିକୁ ‌ଦେଖି ପାଇଲଟ ତୁରନ୍ତ ରାଜପଥରେ ହେଲିକପ୍ଟରକୁ ଅବତରଣ କରି ଦେଇଥି‌ଲେ। ଏହି ହେଲିକପ୍ଟରରେ ଥିବା ୫ଜଣ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ପାଇଲଟଙ୍କ ପିଠିରେ ଆଘାତ ଲାଗିଥିଲା। ଯେଉଁପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe