କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ‘ଇଚ୍ଛାଧୀନ କୋଟା’ ଉଚ୍ଛେଦ

Advertisment
କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ‘ଇଚ୍ଛାଧୀନ କୋଟା’ ଉଚ୍ଛେଦ

Times Now

ନୂଆଦିଲ୍ଲୀ: ‌ଭାରତବର୍ଷର ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ୨୦୨୧-୨୨ ଶିକ୍ଷାବର୍ଷଠାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ‘ଇଚ୍ଛାଧୀନ କୋଟା’କୁ କେନ୍ଦ୍ର ସରକାର ଉଠାଇଦେଇଛନ୍ତି। ମିଳିଥିବା ରିପୋର୍ଟ ଅନୁସାରେ ଏଥିପାଇଁ କେନ୍ଦ୍ର ମନ୍ତ୍ରୀମାନଙ୍କ ସୁପାରିସ କରିବା କ୍ଷମତାକୁ ମଧ୍ୟ ରଦ୍ଦ କରାଯାଇଛି। ତେବେ ଉଭୟ ଗୃହର ସାଂସଦମାନେ ପ୍ରତ୍ୟେକ ଶିକ୍ଷାବର୍ଷରେ ପ୍ରଥମରୁ ୧୨ଶ ‌ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପିଲାମାନଙ୍କ ନାମଲେଖା ପାଇଁ ସୁପାରିସ କରିପାରିବେ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକରେ ୧ମରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପିଲାମାନେ ପାଠ ପଢ଼ିଥାନ୍ତି। ୨୦୨୦-୨୧ ପର୍ଯ୍ୟନ୍ତ ଚାଲିଆସିଥିବା ନିୟମ ଅନୁସାରେ ଯେଉଁ ପିଲାମାନଙ୍କ ବାପା ବା ମାଆ କେନ୍ଦ୍ର ସରକାରୀ କର୍ମଚାରୀ ନୁହନ୍ତି, ସେମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ବା ସାଂସଦମାନଙ୍କ ସୁପାରିସ ବଳରେ ନାମ ଲେଖାଇ ପାରୁଥିଲେ। ମନ୍ତ୍ରୀ ଓ ସାଂସଦମାନେ ସୁପାରିସ କରୁଥିବା ଅଧିକାଂଶ ପିଲା ଗରିବ ଓ ଅର୍ଥନୈତିକ ପଛୁଆ ବର୍ଗର। ବର୍ତ୍ତମାନ କେନ୍ଦ୍ର ସରକାର କେବଳ ଏମ୍‌ପି କୋଟା ଛଡ଼ା ଆଉ ସବୁ କୋଟା ଉଠାଇଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଣିକି କେନ୍ଦ୍ର ଶିକ୍ଷାମନ୍ତ୍ରୀ ମନ୍ତ୍ରୀ ଭାବରେ ନୁହେଁ, କେବଳ ଜଣେ ସାଂସଦ ଭାବରେ ହିଁ ସୁପାରିସ କରିପାରିବେ। ପ୍ରତ୍ୟେକ ଲୋକସଭା ବା ରାଜ୍ୟସଭା ସାଂସଦ ଗୋଟିଏ ଶିକ୍ଷାବର୍ଷରେ ସର୍ବାଧିକ ୧୦ ଜଣଙ୍କ ପାଇଁ ସୁପାରିସ କରିପାରିବେ। ଆଗରୁ ‘ଇଚ୍ଛାଧୀନ କୋଟା’ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ୪୫୦ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସୁପାରିସ କରିପାରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe