ସଶସ୍ତ୍ର ବାହିନୀରେ ‘ପରକୀୟା’ ସର୍ମ୍ପକକୁ ଅପରାଧ ବିବେଚନା ଲାଗି କେନ୍ଦ୍ର ସରକାରଙ୍କ ଆବେଦନକୁ ଅନୁଧ୍ୟାନ କରିବେ ସୁପ୍ରିମ୍‌ କୋର୍ଟ

ସଶସ୍ତ୍ର ବାହିନୀରେ ‘ପରକୀୟା’ ସର୍ମ୍ପକକୁ ଅପରାଧ ବିବେଚନା ଲାଗି କେନ୍ଦ୍ର ସରକାରଙ୍କ ଆବେଦନକୁ ଅନୁଧ୍ୟାନ କରିବେ ସୁପ୍ରିମ୍‌ କୋର୍ଟ

Image Courtesy of NDTV

ନୂଆଦିଲ୍ଲୀ: ସଶସ୍ତ୍ର ବାହିନୀରେ ‘ପରକୀୟା’ ସମ୍ପର୍କକୁ ଅପରାଧ ଭାବେ ବିବେଚନା କରିବା ଲାଗି କେନ୍ଦ୍ର ସରକାରଙ୍କ ଆବେଦନକୁ ବିଶ୍ଳେଷଣ କରିବାକୁ ଆଜି ସୁପ୍ରିମ୍‌ କୋର୍ଟ ରାଜି ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ସ୍ପଷ୍ଟିକରଣ ଜାରି କରିବା ପାଇଁ ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରିବାକୁ ଆଜି ସୁପ୍ରିମ୍‌ କୋର୍ଟର ଏକ ଖଣ୍ଡପୀଠ ଭାରତର ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି।

ଭାରତରେ ‘ପରକୀୟା’ ସମ୍ପର୍କକୁ ଅପରାଧ ବିବେଚନା କରୁଥିବା ୧୫୮ ବର୍ଷର ଆଇନକୁ ୨୦୧୮ ସେପ୍ଟେମ୍ବରରେ ସୁପ୍ରିମ୍‌ କୋର୍ଟଙ୍କର ଏକ ସାମ୍ବିଧାନିକ ଖଣ୍ଡପୀଠ ଖାରଜ କରିଥିଲେ। ଭାରତୀୟ ଦଣ୍ଡବିଧି ଧାରା ୪୯୭ ଅନୁସାରେ,‘ପରକୀୟା’ ସମ୍ପର୍କ ପାଇଁ ଜଣେ ପୁରୁଷଙ୍କ ପ୍ରତି ଦଣ୍ଡବିଧାନ କରାଯାଇ ପାରିବ ନାହିଁ କିନ୍ତୁ, ସ୍ତ୍ରୀଙ୍କ ପାଇଁ ଦଣ୍ଡାଦେଶ ହୋଇପାରିବ। ଏହାର କାରଣ ହେଉଛି, ସ୍ତ୍ରୀଙ୍କୁ ସ୍ୱାମୀଙ୍କର ସମ୍ପତ୍ତି ଭାବେ ବିବେଚନା କରାଯାଇଥାଏ।

publive-image Image Courtesy of Twitter

କିନ୍ତୁ, ଏହି ଆଇନକୁ ଉଚ୍ଛେଦ କରି ୨୦୧୮ ରାୟରେ ତତ୍‌କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ର ରାୟ ଦେଇଥିଲେ,‘ପରକୀୟା’ ସମ୍ପର୍କ ଅପରାଧ ହୋଇ ନ ପାରେ କିଂବା ଅପରାଧ ହେବା ଅନୁଚିତ।

ଆଜି କେନ୍ଦ୍ର ସରକାର ଦାଖଲ କରିଥିବା ଆବେଦନରେ ଦର୍ଶାଇଛନ୍ତି ଯେ, ୨୦୧୮ର ରାୟ ସଶସ୍ତ୍ର ବାହିନୀ ପ୍ରତି ଲାଗୁ ହେବା ଅନୁଚିତ। କାରଣ ସହକର୍ମୀଙ୍କ ପତ୍ନୀଙ୍କ ସହ ‘ପରକୀୟା’ ସମ୍ପର୍କ ରଖି ଆଚରଣବିଧି ଉଲ୍ଲଂଘନ କରୁଥିବା ସେନାକର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯିବା ନିୟମ ରହିଛି।

୨୦୧୮ରେ ଯାହାଙ୍କ ଆବେଦନରେ ‘ପରକୀୟା’ ସମ୍ପର୍କକୁ ଅପରାଧ ନୁହେଁ ବୋଲି ରାୟ ଦିଆଯାଇଥିଲା, ଆଜି ସୁପ୍ରିମ୍‌ କୋର୍ଟ

କେନ୍ଦ୍ର ସରକାରଙ୍କ ଆବେଦନକୁ ଭିତ୍ତିକରି ତାଙ୍କ ପାଖକୁ ନୋଟିସ୍‌ ଜାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe