ଚୀନ୍‌ରେ ଅସମ୍ଭାଳ କୋଭିଡ୍‌ ପରିସ୍ଥିତି: ବେଜିଙ୍ଗ୍‌କୁ ଜ୍ବର ଔଷଧ ରପ୍ତାନି କରିବାକୁ ଭାରତ ପ୍ରସ୍ତୁତ

ଚୀନ୍‌ରେ ଅସମ୍ଭାଳ କୋଭିଡ୍‌ ପରିସ୍ଥିତି: ବେଜିଙ୍ଗ୍‌କୁ ଜ୍ବର ଔଷଧ ରପ୍ତାନି କରିବାକୁ ଭାରତ ପ୍ରସ୍ତୁତ

ନୂଆଦିଲ୍ଲୀ: ଦ୍ରୁତ ବେଗରେ ବୃଦ୍ଧି ପାଉଥିବା କୋଭିଡ୍‌ ସଂକ୍ରମଣ ରୋକିବାକୁ ଚୀନ୍‌ ପ୍ରୟାସ ଚଳାଇଥିବା ବେଳେ ଭାରତ ଚୀନ୍‌କୁ ଜ୍ବର ଔଷଧ ପଠାଇବା ପାଇଁ ପ୍ରସ୍ତୁତ ଥିବା କଥା ଅନ୍ୟତମ ଭାରତୀୟ ଔଷଧ ରପ୍ତାନିକାରୀ ସଙ୍ଗଠନ ‘ସେଣ୍ଟ୍ରାଲ୍‌ ଡ୍ରଗ୍‌ସ୍‌ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍‌ ଅର୍ଗାନାଇଜେସନ୍‌’ (ସିଡିଏସ୍‌ସିଓ) ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’କୁ କହିଛି।

publive-image Image Courtesy of India Today

ସେ କହିଛନ୍ତି, ‘ଓମିକ୍ରନ୍‌’ର ଉପ-ପ୍ରଜାତି ‘ବିଏଫ୍‌.୭’ ଯୋଗୁଁ ଚୀନ୍‌ରେ ଦ୍ରୁତ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଶ୍ବର ବୃହତ୍ତମ ଔଷଧ ନିର୍ମାତା ଦେଶମାନଙ୍କ ମଧ୍ୟରେ ଅନ୍ୟତମ ଦେଶ ଭାରତ ଚୀନ୍‌କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିଛି।

‘ରଏଟର୍ସ’ ମଧ୍ୟ ରିପୋର୍ଟ କରିଛି ଯେ, ବିଶ୍ବରେ ସବୁଠୁ ଅଧିକ ‘ଜେନେରିକ୍‌ ଔ‌ଷଧ’ ନିର୍ମାଣ କରୁଥିବା ଦେଶମାନଙ୍କ ମଧ୍ୟରେ ଅନ୍ୟତମ ଭାରତ ଚୀନ୍‌କୁ ସାହାଯ୍ୟ କରିବା ଲାଗି ପ୍ରସ୍ତୁତ ଥିବା କଥା ଭାରତର ବୈଦେଶିକ ମନ୍ତ୍ରାଳୟ ମଧ୍ୟ କହିଛି।

publive-image Image Courtesy of South China Morning Post

‘ଆଇବୁପ୍ରୋଫେନ୍‌’ ଏବଂ ‘ପାରାସିଟାମଲ୍‌’ ଆଦି ଜ୍ବର ଔଷଧର ପ୍ରବଳ ଚାହିଦା ବଢୁଥିବା ବ‌େଳେ ଚୀନ୍‌ରେ ତା’ର ଅଭାବ ଦେଖା ଦେଇଛି। ‘ଫାର୍ମାସ୍ୟୁଟିକାଲ୍‌ ଏକ୍ସପୋର୍ଟ ପ୍ରମୋସନ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ’ର (ଫାର୍ମାମେକ୍ସିଲ୍‌) ଅଧ୍ୟକ୍ଷ ସାହିଲ୍‌ ମୁଞ୍ଜଲ୍‌ ମଧ୍ୟ ‘ରଏଟର୍ସ’କୁ କହିଛନ୍ତି, ‘ଆଇବୁପ୍ରୋଫେନ୍‌’ ଏବଂ ‘ପାରାସିଟାମଲ୍‌’ ନିମନ୍ତେ ବରାଦ ମିଳୁଛି।

‘ସିଏନ୍‌ଏନ୍‌’ ରିପୋର୍ଟ ଅନୁସାରେ, ଲୋକମାନଙ୍କ ପାଇଁ ଔଷଧ ଖରିଦ କରିବା ଉପରେ କଡ଼ା କଟକଣା ଜାରି କରାଯାଇଛି। ମନେକରନ୍ତୁ ଜ୍ବର ପାଇଁ ‘ଆଇବୁପ୍ରୋଫେନ୍‌’ ସିରପ୍‌ ଓ ବଟିକା ରହିଛି। ଜଣେ ବ୍ୟକ୍ତିଙ୍କୁ ସେ ଦୁଇଟିରୁ ଯେକୌଣସି ଗୋଟିଏ କିଣିବାକୁ ଅନୁମତି ମିଳିବା। ଆବଶ୍ୟକ ଥିଲେ ବି ଜଣେ ଦୁଇ ପ୍ରକାରର ଔଷଧ ଖରିଦ କରିପାରିବେ ନାହିଁ। ଚୀନ୍‌ରେ ‘ଫ୍ଲୁ’ ଭଳି ଲକ୍ଷଣ ଆରୋଗ୍ୟ କରିବା ନିମନ୍ତେ ବ୍ୟବହାର କରାଯାଉଥିବା ସାଧାରଣ ଔଷଧର ଉତ୍କଟ ସଙ୍କଟ ଦେଖା ଦେଇଛି।

ସାମ୍ବାଦିକ ସମ୍ମିଳନୀରେ ଭାରତର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚି କହିଛନ୍ତି, ଚୀନ୍‌ର କୋଭିଡ୍‌ ପରିସ୍ଥିତି ପ୍ରତି ଧ୍ୟାନ ଦେଇଛୁ। ଏଭଳି ସମୟରେ ଆମେ ଔଷଧ ପଠାଇ ବିଶ୍ବର ଅନ୍ୟ ଦେଶମାନଙ୍କୁ ବି ସାହାଯ୍ୟ କରିଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe