ଅରୁଣାଚଳପ୍ରଦେଶରେ ଚୀନ ଗାଁ ନିର୍ମାଣ କରିବା ଘଟଣା: ତୀକ୍ଷ୍ନ ନଜର ରଖିଛୁ ବୋଲି କହିଲା ଭାରତ

Advertisment
ଅରୁଣାଚଳପ୍ରଦେଶରେ ଚୀନ ଗାଁ ନିର୍ମାଣ କରିବା ଘଟଣା: ତୀକ୍ଷ୍ନ ନଜର ରଖିଛୁ ବୋଲି କହିଲା ଭାରତ

ndtv

ନୂଆଦିଲ୍ଲୀ: କିଛି ସମୟ ପୂର୍ବରୁ ଏକ ସାଟେଲାଇଟ ଫଟୋ ଖୁବ ଭାଇରାଲ ହୋଇଥିଲା। ଫଟୋ ସାମ୍ନାକୁ ଆସିବା ସହ ଅରୁଣାଚଳପ୍ରଦେଶରେ ଚୀନ ଗାଁ ନିର୍ମାଣ କରୁଥିବା ନେଇ ସୂଚନା ମିଳିଥିଲା। ଏବେ ଏହି ଖବରକୁ ନେଇ ଭାରତ ନିଜର ପ୍ରତିକ୍ରିୟା ରଖିଛି। ଭାରତର ସୁରକ୍ଷା ଉପରେ ପ୍ରଭାବ ପକାଉଥିବା ଚୀନର ସମସ୍ତ ବିକାଶ ଉପରେ ନିରନ୍ତର ନଜର ରଖାଯାଉଥିବା କହିଛି ଭାରତ।

ସୋମବାର ଦିନ ଖବର ପ୍ରକାଶ ପାଇଥିଲା ଯେ, ଚୀନ୍ ଅରୁଣାଚଳ ପ୍ରଦେଶର ଉପର ସୁବାନସିରି ଜିଲ୍ଲାର ସାରି ଚୁ ନଦୀ କୂଳରେ ଏକ ଗ୍ରାମ ନିର୍ମାଣ କରିଛି। ଗ୍ରାମରେ ୧୦୧ଟି ଘର ଥିବା ସହ ପ୍ରାୟ ୪.୫ କିଲୋମିଟର ଭାରତୀୟ ଅଞ୍ଚଳ ଭିତରେ ଏହାକୁ ନିର୍ମାଣ କରାଯାଇଛି।

MEA reacts to China village in Arunachal indiatoday

ଏହି ରିପୋର୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ଯେ,, "ଚୀନ୍ ଭାରତର ସୀମାବର୍ତ୍ତୀ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ କରୁଥିବା ନେଇ ଆମେ ନିକଟରେ ଖବର ପାଇଛୁ। ଗତ କିଛି ବର୍ଷ ମଧ୍ୟରେ ଚୀନ୍ ଏଭଳି ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ହାତକୁ ନେଇଛି। ହେଲେ ଭାରତର ସୁରକ୍ଷା ଉପରେ ପ୍ରଭାବ ପକାଉଥିବା ସମସ୍ତ ବିକାଶ ଉପରେ ସରକାର ନିରନ୍ତର ନଜର ରଖିଛନ୍ତି ଏବଂ ଏହାର ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତା ରକ୍ଷା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe