ଆଦାନି ନିମିତ୍ତ ମାତ୍ର, ମୋଦୀ ହିଁ ନିବେଶକ: କେଜ୍ରିୱାଲ

ଆଦାନି ନିମିତ୍ତ ମାତ୍ର, ମୋଦୀ ହିଁ ନିବେଶକ: କେଜ୍ରିୱାଲ

Zee News

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଆଦାନି ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆକ୍ରମଣ କରିଛନ୍ତି। ଦିଲ୍ଲୀ ବିଧାନସଭାରେ କେଜ୍ରିୱାଲ କହିଲେ ଯେ, ହିଣ୍ଡେନବର୍ଗ ରିପୋର୍ଟ ଉପରେ ଯଦି ଇଡି ଓ ସିବିଆଇ ତଦନ୍ତ କରାଯାଏ, ତେବେ ଆଦାନି ନୁହେଁ ମୋଦୀ ଧରାପଡ଼ିବେ। କେଜ୍ରିୱାଲ କହିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀ କାହା ପାଇଁ କିଛି କରିନାହାନ୍ତି, ତା’ହେଲେ ଆଜି ବନ୍ଧୁ ପାଇଁ କାହିଁକି ହୃଦୟ ଉଛୁଳୁଛି? ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ଏତେ ବଡ଼ ସଙ୍କଟ ଆସିଲା, ମୋଦୀ ଖାଲି ଆଦାନିକୁ ବଞ୍ଚାଇବାରେ ବ୍ୟସ୍ତ ରହିଛନ୍ତି। ବାସ୍ତବରେ ଆଦାନି କେବଳ ମୁଖା ପରି ଆଗରେ ଅଛନ୍ତି, ତାଙ୍କ ପଛର ନିବେଶକ ହେଉଛନ୍ତି ଅସଲରେ ମୋଦୀ। କଂଗ୍ରେସ ୭୫ ବର୍ଷରେ ଯେତିକି ଲୁଟିଛି ମୋଦୀ ସରକାର ଗତ ୭ ବର୍ଷରେ ତା’ଠାରୁ ଅଧିକ ଲୁଟ୍‌ କରିଛି ବୋଲି କେଜ୍ରିୱାଲ କହିଛନ୍ତି।

ଅନ୍ୟପକ୍ଷରେ କେଜ୍ରିୱାଲଙ୍କ ଏଭଳି ଅଭିଯୋଗର ଜବାବରେ ବିଜେପି କହିଛି ଯେ ୨ ଜଣ ଆପ୍‌ ମନ୍ତ୍ରୀ ଦୁର୍ନୀତି ଅଭିଯୋଗରେ ଜେଲ୍‌ରେ ଅଛନ୍ତି ଏବଂ ଆଗକୁ ନିଜ ପାଳି ଆସିବା ଭୟରେ କେଜ୍ରିୱାଲ ହତାଶାରେ ଏଭଳି ବୟାନ ଦେଉଛନ୍ତି। ଦୁର୍ନୀତି ବିରୋଧୀ ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବା କେଜ୍ରିୱାଲ ଏବେ ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦେବା ସହ ନିଜେ ଦୁର୍ନୀତିରେ ବୁଡ଼ି ରହିଛନ୍ତି। କେଜ୍ରିୱାଲ ଏବେ କଂଗ୍ରେସକୁ ପ୍ରଶଂସା କରି ଏହାର ଦୁର୍ନୀତିକୁ ସମର୍ଥନ ଦେବା ତାଙ୍କ ରାଜନୈତିକ ଦେବାଳିଆ ସ୍ଥିତିକୁ ଦର୍ଶାଉଛି ବୋଲି ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe