ହସପିଟାଲରେ ସତ୍ୟେନ୍ଦ୍ର ଜୈନଙ୍କୁ ଭେଟିଲେ କେଜ୍ରିଓ୍ବାଲ, କହିଲେ 'ହିରୋ'

ହସପିଟାଲରେ ସତ୍ୟେନ୍ଦ୍ର ଜୈନଙ୍କୁ ଭେଟିଲେ କେଜ୍ରିଓ୍ବାଲ, କହିଲେ 'ହିରୋ'

india today

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ମନି ଲଣ୍ଡ୍ରିଂ ମାମଲାରେ ଗିରଫ ଆପ ନେତା ତଥା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଏଲଏନଜେପି ହସ୍ପିଟାଲକୁ ଯାଇ ଭେଟିଛନ୍ତି। ତାଙ୍କୁ ଭେଟିବା ପରେ ଦ ବ୍ରେଭ ମ୍ୟାନ, ଦ ହିରୋ ବୋଲି ସମ୍ବୋଧନ କରିବା ସହିତ ତାଙ୍କୁ କୋଳାଗ୍ରତ କରି ତାଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି। ବର୍ଷେ ତଳେ ଗିରଫ ହୋଇଥିବା ସତ୍ୟେନ୍ଦ୍ରଙ୍କ ସହିତ ଏହା ତାଙ୍କର ପ୍ରଥମ ସାକ୍ଷାତ ଥିଲା। ସେ ଜଣେ ସାହସୀ ଲୋକଙ୍କ ସହିତ ରବିବାର ମିଶିଛନ୍ତି ବୋଲି ଟୁଇଟ କରିବା ସହ ତାଙ୍କୁ ଭେଟିବାର ଅନେକ ଫଟୋ ସେୟାର କରିଛନ୍ତି।

ଗତବର୍ଷ ମଇ ୩୦ ତାରିଖରେ ଇଡି ପକ୍ଷରୁ ତାଙ୍କୁ ଗିରଫ କରାଯାଇ ତିହାର ଜେଲରେ ରଖାଯାଇଥିଲା। ଆସନ୍ତାକାଲି ଅର୍ଥାତ ସୋମବାର ତାଙ୍କ ଗିରଫଦାରୀକୁ ଏକ ବର୍ଷ ପୂର୍ତ୍ତି ହେବ। ତେବେ ସ୍ବାସ୍ଥ୍ୟଗତ କାରଣରୁ ତାଙ୍କୁ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଚିକିତ୍ସିତ ହେଉଥିଲେ। ନିଜ ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସେ ସୁପ୍ରିମ କୋର୍ଟରେ ଜାମିନ ଆବେଦନ କରିଥିଲେ। ତାଙ୍କୁ ସୁପ୍ରିମ କୋର୍ଟ ୬ ସପ୍ତାହର ଅନ୍ତରିଣ ଜାମିନ ଆଦେଶ ଦେଇଛନ୍ତି। ତେବେ ଆସନ୍ତା ଜୁଲାଇ ୧୧ ତାରିଖରେ ଉକ୍ତ ମାମଲାର ପୁଣି ଶୁଣାଣି ହେବ। କିନ୍ତୁ ଏହି ସମୟ ଭିତରେ ସେ ଦିଲ୍ଲୀ ବାହାରକୁ ଯାଇପାରିବେନି କି କୌଣସି ଗଣମାଧ୍ୟମରେ ଏହି ମାମଲା ସଂକ୍ରାନ୍ତରେ ବୟାନ ଦେବେନାହିଁ ବୋଲି କୋର୍ଟ ସ୍ପଷ୍ଟ କରିବା ସହିତ ସ୍ବାସ୍ଥ୍ୟଗତ ରିପୋର୍ଟ କୋର୍ଟକୁ ପ୍ରଦାନ କରିବେ ବୋଲି କୋର୍ଟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe