Image Courtesy of Zee News
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଏଏପି) ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ସୋମବାର ଘୋଷଣା କରିଛନ୍ତି ଯେ ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ତାଙ୍କ ଦଳ କ୍ଷମତାକୁ ଆସିଲେ ଗୋଆବାସୀ ଅଯୋଧ୍ୟାକୁ ମାଗଣା ତୀର୍ଥଯାତ୍ରା ସୁବିଧା ପାଇବେ। ଆଜି ଗୋଆରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ସେ ଏହା କହିଛନ୍ତି। ସେ କହିଛନ୍ତି ଯେ 'ନିକଟରେ ମୁଁ ଅଯୋଧ୍ୟା ଯାଇଥିଲି। ଅଯୋଧ୍ୟା ମନ୍ଦିର ପରିଦର୍ଶନ କରିବା ଏକ ଆଶ୍ଚର୍ଯ୍ୟଜନକ ଅନୁଭୂତି ଥିଲା। ମୋର ଗସ୍ତ ଶେଷ ହେବା ପରେ ମୁଣ୍ଡକୁ ଏକ ଧାରଣା ଆସିଥିଲା।
ଯଦି ଆମେ ଗୋଆରେ ସରକାର ଗଠନ କରୁ, ତେବେ ହିନ୍ଦୁମାନଙ୍କୁ ଅଯୋଧ୍ୟା ଏବଂ ଖ୍ରୀଷ୍ଟିଆନମାନଙ୍କୁ ଭେଲକନି ପଠାଇବା ପାଇଁ ମାଗଣାରେ ତୀର୍ଥଯାତ୍ରାର ବ୍ୟବସ୍ଥା କରିବୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସାଇଭକ୍ତଙ୍କୁ ଆମେ ସିରିଡ଼ି ଓ ମୁସଲିମମାନଙ୍କ ପାଇଁ ଅଜମେର ସରିଫ ତୀର୍ଥଯାତ୍ରା କରିବାର ବ୍ୟବସ୍ଥା କରିବୁ | ରାଜ୍ୟରେ କଂଗ୍ରେସ ଏବଂ ବିଜେପି ଦଳକୁ ଟାର୍ଗେଟ କରି କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ ଉଭୟ ଦଳ ଦୁର୍ନୀତିଗ୍ରସ୍ତ ଏବଂ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି।
ସେ କହିଛନ୍ତି, "ଉଭୟ କଂଗ୍ରେସ ଏବଂ ବିଜେପି ଦୁର୍ନୀତିଗ୍ରସ୍ତ। ସେଥିପାଇଁ କଂଗ୍ରେସ ବିଜେପି ବିରୋଧରେ କହିବାକୁ ସାହସ କରେ ନାହିଁ କାରଣ ସେମାନେ ଜାଣନ୍ତି ଯେ ଯଦି ସେମାନେ କହିବେ, ତେବେ ସେମାନଙ୍କୁ ଜେଲକୁ ପଠାଯିବ। ବିଜେପିର ୧୦ ବର୍ଷ ଶାସନରେ ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ନାମରେ ଗୋଟିଏ ବି ମାମଲା ରୁଜୁ ହୋଇନାହିଁ '|
Follow Us