ଅନଶନ ଭାଙ୍ଗିଲେ କେଜ୍ରିଓ୍ଵାଲ:୯ ଦିନର ରାଜନୈତିକ ଡ୍ରାମା ଶେଷ

ଅନଶନ ଭାଙ୍ଗିଲେ କେଜ୍ରିଓ୍ଵାଲ:୯ ଦିନର ରାଜନୈତିକ ଡ୍ରାମା ଶେଷ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗତ ୯ ଦିନ ଧରି ଦେଖା ଦେଇଥିବା ରାଜନୈତିକ ସଙ୍କଟର ଆଜି ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଉପ ରାଜ୍ୟପାଳ ଅନିଲ ବୈଜଲଙ୍କ ଘରେ ଚଳାଇଥିବା ଅନଶନ ଭାଙ୍ଗିଛନ୍ତି। ସରକାରଙ୍କ କାର୍ଯ୍ୟରେ ପ୍ରଶାସନିକ ଅସହଯୋଗକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଓ ତାଙ୍କ ୨ ମନ୍ତ୍ରୀ ଗତ ୧୧ ତାରିଖରୁ ଉପ ରାଜ୍ୟପାଳ ଅନିଲ ବୈଜଲଙ୍କ ବାସଭବନରେ ଧାରଣା ଦେଇଥିଲେ। ତେବେ ଅସୁସ୍ଥତା କାରଣରୁ ଗତକାଲି ମେଡିକାଲରେ ଭର୍ତ୍ତି ହୋଇଥିବା ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଓ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଆଜି ଡିସଚାର୍ଜ ହୋଇଛନ୍ତି। ସେମାନେ ଆଉ ଅନଶନକୁ ନଫେରି କାର୍ଯ୍ୟରେ ଯୋଗଦେବେ ବୋଲି ସକାଳେ କହିଥିବା ବେଳେ ଅପରାହ୍ନରେ କେଜ୍ରିଓ୍ଵାଲ ଅନଶନ ପ୍ରତ୍ୟାହାର କରିନେଇଛନ୍ତି। ଆଜି ସକାଳେ ସିସୋଦିଆ ଟ୍ଵିଟ କରି କହିଥିଲେ ଯେ, ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି।

ଡାକ୍ତର ହସ୍ପିଟାଲରୁ ଡିସଚାର୍ଜ କରିବା ପରେ ସେମାନେ କାର୍ଯ୍ୟରେ ଯୋଗଦେବେ। ଅପରପକ୍ଷେ, ଦୀର୍ଘ ୯ ଦିନ ପରେ ଆଜି ଉପ ରାଜ୍ୟପାଳ ଅନିଲ ବୈଜଲ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପରେ ସବୁ ବିବାଦର ଅନ୍ତ ଘଟିଥିବା ଜଣାପଡ଼ିଛି। ସଚିବାଳୟ ଯାଇ ସେଠାରେ ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ କରି ବିବାଦର ଅନ୍ତ ଘଟାଇବାକୁ ସେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଶାସନିକ ଅଧିକାରୀଙ୍କୁ ସମ୍ମାନ ଓ ସୁରକ୍ଷା ର ପ୍ରତିଶ୍ରୁତି ଦେବାପରେ ଆଇଏଏସ୍‌ ସଂଘ ମଧ୍ୟ ବୈଠକ ପାଇଁ ରାଜି ହୋଇଛନ୍ତି । କେଜ୍ରିଓ୍ଵାଲଙ୍କ ଏହି ଅନଶନକୁ ବିରୋଧ କରି ଆଜି ସୁପ୍ରିମକୋର୍ଟରେ ମାମଲା ଦାଏର କରାଯାଇ ତୁରନ୍ତ ଶୁଣାଣି ପାଇଁ ଦାବି କରାଯାଇଥିଲା। ସୁପ୍ରିମକୋର୍ଟ ଏହି ମାମଲାର ତୁରନ୍ତ ଶୁଣାଣି ଆବେଦନକୁ ଖାରଜ କରିଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe