ପରାଜୟ ସ୍ବୀକାର କଲେ କେଜ୍ରିୱାଲ

ବିଜେପିର ବିଜୟ ନେଇ ଆପ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ନିଜ ଦଳର ପରାଜୟ ସ୍ବୀକାର କରିବା ସହିତ ବିଜେପିକୁ ଅଭିନନ୍ଦନ ଜଣାଇଛନ୍ତି। ନୂଆଦିଲ୍ଲୀ ଆସନରେ ବିଜେପି ପ୍ରାର୍ଥୀ ପ୍ରବେଶ ବର୍ମାଙ୍କଠାରୁ ଅରବିନ୍ଦ କେଜରିୱାଲ ପରାଜିତ ହୋଇଛନ୍ତି...

Kejriwal conceded defeat

Kejriwal conceded defeat Photograph: (sambad.in)

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ସ୍ପଷ୍ଟ ହୋଇଛି। ବହୁମତଠାରୁ ବିଜେପି ବହୁ ଆଗରେ ରହିଛି।ବିଜେପି ଏକତରଫା ବିଜୟ ମୁହାଁ ହୋଇଛି। ବିଜେପିର ଯାଦୁ କାମ କରିଛି।ହଟ୍ ସିଟ୍‌ରେ ଆପ୍‌ର ସ୍ଥିତି ଖରାପ ରହିଛି। 

ବିଜେପି ୪୭ ଆସନରେ ଆଗୁଆ ରହିଥିବାବେଳେ ଆପ୍ ୨୩ ଆସନରେ ଆଗୁଆ ରହିଛି। ଫଳରେ ଦିଲ୍ଲୀ ସିଂହାସନରେ ବିଜେପି ବସିବା ନିଶ୍ଚିତ ହୋଇଛି।

ବିଜେପିର ବିଜୟ ନେଇ ଆପ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ନିଜ ଦଳର ପରାଜୟ ସ୍ବୀକାର କରିବା ସହିତ ବିଜେପିକୁ ଅଭିନନ୍ଦନ ଜଣାଇଛନ୍ତି।

କେଜ୍ରିୱାଲ କହିଛନ୍ତି, ଆମେ ଲୋକଙ୍କ ଜନାଦେଶକୁ ଅତ୍ୟନ୍ତ ବିନମ୍ରତାର ସହିତ ଗ୍ରହଣ କରୁଛୁ। ମୁଁ ବିଜେପିକୁ ଏହି ବିଜୟ ପାଇଁ ଅଭିନନ୍ଦନ ଜଣାଉଛି ଏବଂ ମୁଁ ଆଶା କରୁଛି ଯେ, ସେମାନେ ସମସ୍ତ ପ୍ରତିଶ୍ରୁତି ପୂରଣ କରିବେ ଯାହା ପାଇଁ ଲୋକମାନେ ସେମାନଙ୍କୁ ଭୋଟ ଦେଇଛନ୍ତି। ଆମେ ଗତ ୧୦ ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି କ୍ଷେତ୍ରରେ ବହୁତ କାମ କରିଛୁ। ଆମେ କେବଳ ଏକ ଗଠନମୂଳକ ବିରୋଧୀ ଭୂମିକା ଗ୍ରହଣ କରିବୁ ନାହିଁ ବରଂ ଲୋକଙ୍କ ମଧ୍ୟରେ ରହି ସେମାନଙ୍କର ସେବା କରିବୁ।

ନୂଆଦିଲ୍ଲୀ ଆସନରେ ବିଜେପି ପ୍ରାର୍ଥୀ ପ୍ରବେଶ ବର୍ମାଙ୍କଠାରୁ ଅରବିନ୍ଦ କେଜରିୱାଲ ପରାଜିତ ହୋଇଛନ୍ତି।ସେହିପରି ଜଙ୍ଗପୁରା ଆସନରୁ ମନୀଷ ସିସୋଦିଆ ୬୭୫ ଭୋଟରେ ପରାସ୍ତ ହୋଇଛନ୍ତି। ବିଜେପିର ତରବିନ୍ଦର ସିଂହ ଏଠାରୁ ବିଜୟ ହାସଲ କରିଛନ୍ତି। 

ଅଧିକ ପଢ଼ନ୍ତୁ: ୨୭ ବର୍ଷ ପରେ ଦିଲ୍ଲୀ ଦରବାରରେ ବିଜେପି

ତେବେ ଦିଲ୍ଲୀର କାଲକାଜୀ ଆସନରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଜିତିଛନ୍ତି। ବିଜେପିର ରମେଶ ବିଧୁରୀଙ୍କୁ ଏହି ଆସନରୁ ପରାଜିତ ହୋଇଛନ୍ତି। ଅନ୍ୟପକ୍ଷରେ, କସ୍ତୁରବା ନଗରରୁ ବିଜେପିର ନୀରଜ ବାସୋୟା ବିଜୟୀ ହୋଇଛନ୍ତି।

ସୂଚନାଯୋଗ୍ୟ, ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ସରକାର ଗଠନ ପାଇଁ କୁହୁକ ସଂଖ୍ୟା ୩୬ ରହିଛି। ଏହି କୁହୁକ ସଂଖ୍ୟାଠାରୁ ଅଧିକ ଆସନ ବିଜେପି ଦଖଲ କରିବାକୁ ସକ୍ଷମ ହୋଇଛି। ଫଳରେ ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀ ଦରବାରରେ ବିଜେପି  ପ୍ରବେଶ କରିଛି।

ଅଧିକ ପଢ଼ନ୍ତୁ: ଯାଜପୁରରେ ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe