ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ସମସ୍ତ ସଫେଇ କର୍ମଚାରୀ ଏବଂ ଅନ୍ୟ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଗୃହ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଯଦି କେନ୍ଦ୍ର ସରକାର ଜମି ଦିଅନ୍ତି ତେବେ ଦିଲ୍ଲୀ ସରକାର ସଫେଇ କର୍ମଚାରୀଙ୍କ ପାଇଁ ଘର ନିର୍ମାଣ କରିବେ ବୋଲି ସେ କହିଛନ୍ତି। ପ୍ରଥମେ ସଫେଇ କର୍ମଚାରୀଙ୍କ ପାଇଁ ଏହି ଯୋଜନା ଅଣାଯିବ ଏବଂ ପରେ ଦିଲ୍ଲୀ ସରକାର ଅନ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ମଧ୍ୟ ଘର ନିର୍ମାଣ କରିବେ। କେଜ୍ରିଵାଲ କହିଛନ୍ତି ଯେ ସେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି। ଏହା ଯୋଜନା ପାଇଁ କେନ୍ଦ୍ର ସରକାର ଜମି ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।
ସରକାରୀ କର୍ମଚାରୀଙ୍କ ପାଇଁ ଗୃହ ନିର୍ମାଣ ନିମନ୍ତେ ଜମି ଦାବିକଲେ କେଜ୍ରିୱାଲ
Advertisment
Follow Us