Image Courtesy of India Today
ଗ୍ବାଲିୟର : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟରେ ନେତାଙ୍କ ଗସ୍ତ ଓ ରାଲି ବଢ଼ିବାରେ ଲାଗିଛି। ଆମ୍ ଆଦମୀ ପାର୍ଟି (ଆପ୍)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ମଧ୍ୟପ୍ରଦେଶର ଗ୍ୱାଲିୟରରେ ଦଳ ପାଇଁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଏକ ଜନସଭାରେ କେଜ୍ରିୱାଲ କହିଛନ୍ତି, ମଧ୍ୟପ୍ରଦେଶର ଲୋକମାନେ ଅତ୍ୟନ୍ତ ସଚ୍ଚୋଟ ଏବଂ ପରିଶ୍ରମୀ। କିନ୍ତୁ ଏହି ନେତାମାନେ ଦୁର୍ନୀତିକରି ରାଜ୍ୟକୁ ବଦନାମ କରିଛନ୍ତି ।
ଏଣୁ ଦିଲ୍ଲୀ ଓ ପଞ୍ଜାବର ଜନତା ଯେପରି ଆମ୍ ଆଦମୀ ପାର୍ଟିକୁ ସୁଯୋଗ ଦେଇଛନ୍ତି, ଯଦି ଆପଣ ରାଜ୍ୟରେ ଆମ୍ ଆଦମୀ ପାର୍ଟିକୁ ସୁଯୋଗ ଦିଅନ୍ତି, ତେବେ ଆପଣ ମାମୁ ଓ ତାଙ୍କ ଚେଲାଚାମୁଣ୍ଡାଙ୍କୁ ଭୁଲିଯିବେ । ସୂଚନାଯୋଗ୍ୟ ଯେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଲୋକଙ୍କ ମଧ୍ୟରେ ମାମା (ମାମୁ) ଭାବେ ପରିଚିତ ।
ଏହି ଅବସରରେ କେଜ୍ରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବି ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ମୋଦୀ ଖାଲି ତାଙ୍କ ଉପରେ ରାଗୁଛନ୍ତି । କାରଣ ଆପ୍ ଦିଲ୍ଲୀରେ ଲୋକମାନଙ୍କୁ ମାଗଣା ବାଣ୍ଟୁଛି ।
“ଦିଲ୍ଲୀରେ ଆମେ ବିଜୁଳି ମାଗଣା କରିଛୁ, ଉତ୍ତମ ବିଦ୍ୟାଳୟ ନିର୍ମାଣ କରିଛୁ, ସମସ୍ତଙ୍କ ପାଇଁ ମାଗଣା ଚିକିତ୍ସା ବ୍ୟବସ୍ଥା କରିଛୁ, ଦିଲ୍ଲୀରେ ସମସ୍ତଙ୍କ ପାଇଁ ମାଗଣା ପାଣି ତିଆରି କରିଛୁ, ବସ୍ ଭିତରେ ମହିଳାମାନଙ୍କ ପାଇଁ ମାଗଣା ଯାତ୍ରା କରିଛୁ, ପ୍ରତ୍ୟେକ ଘରର ବୟସ୍କଙ୍କୁ ମାଗଣା ତୀର୍ଥଯାତ୍ରା ପ୍ରଦାନ କରିଛୁ। ଏହା ବ୍ୟତୀତ ଆମେ ୧୨ ଲକ୍ଷ ଯୁବକଙ୍କୁ ରୋଜଗାର ମଧ୍ୟ ଦେଇଛୁ “ ସେ କହିଛନ୍ତି ।
Follow Us