କେଜ୍ରିୱାଲଙ୍କ ବିରୋଧରେ ଜାତୀୟ ପତାକାକୁ ଅବମାନନା ଅଭିଯୋଗ

Advertisment
କେଜ୍ରିୱାଲଙ୍କ ବିରୋଧରେ ଜାତୀୟ ପତାକାକୁ ଅବମାନନା ଅଭିଯୋଗ

Image Courtesy of Zee News

ନୂଆଦିଲ୍ଲୀ : ‌ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଜାତୀୟ ପତାକାକୁ ଅବମାନନା ଅଭିଯୋଗ ଆସିଛି। ଏହି ଅଭିଯୋଗ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ଆଣିଛନ୍ତି। ଏ ନେଇ ସେ ଉଭୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଓ ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ନିକଟକୁ ପତ୍ର ଲେଖିଛନ୍ତି। ଏଥିରେ ସେ ଅଭିଯୋଗ କରିଛନ୍ତି ଯେ, ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଉଥିବା ବେଳେ ତାଙ୍କ ପଛପଟେ ଯେଉଁ ଜାତୀୟ ପତାକା ପ୍ରଦର୍ଶନ କରାଯାଉଥିଲା ତାହାର ଆକାର ବିକୃତ ଥିଲା। ପତାକାର ସବୁଜଅଂଶକୁ ବଡ଼ ଏବଂ ଧଳାଅଂଶକୁ ଛୋଟ କରି ଦେଖାଯାଉଥିଲା। ଏହାଦ୍ବାରା କେଜ୍ରିୱାଲ ଜାତୀୟ ପତାକାକୁ ଅସମ୍ମାନ କରିବା ସହିତ ଜାତୀୟ ପତାକା କୋଡ୍‌କୁ ଉଲ୍ଲଂଘନ କରିଥିବା କେନ୍ଦ୍ରମନ୍ତ୍ରୀ ପଟେଲ ଉଲ୍ଲେଖ କରିଛନ୍ତି।

ବୈଜଲଙ୍କୁ ଲେଖିଥିବା ଚିଠିରେ ସେ ଏହା ମଧ୍ୟ ଲେଖିଛନ୍ତି ଯେ ଯତେବେଳେ କେଜ୍ରିୱାଲ ଟିଭିରେ ଉଦବୋଧନ ଦେଉଛନ୍ତି ସେତେବେଳେ ତାଙ୍କ ପଛରେ ଥିବା ଜାତୀୟ ପତାକା ଉପରେ ନଜର ରହିଥାଏ। ସେ ଜାତୀୟ ପତାକାକୁ ସଜାଇବା ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି। ଏହା ସମ୍ବିଧାନର ଉଲ୍ଲଂଘନ ବୋଲି ସେ କହିଛନ୍ତି। ପୂର୍ବରୁ ଜାତୀୟ ପତାକାର ଏଭଳି ବ୍ୟବହାର ସଂପର୍କରେ ସେ କେଜ୍ରିୱାଲଙ୍କୁ ଚିଠି ଲେଖିଥିଲେ ମଧ୍ୟ ଏହାକୁ ସଚେତନ କିମ୍ବା ଅସଚେତନ ଭାବେ ଅଣଦେଖା କରିଆସୁଚନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ପଟେଲ ବୈଜଲଙ୍କୁ ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe