ଦିଲ୍ଲୀ ନିର୍ବାଚନ: ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ସହ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଆପ୍‌ ମୁଖ୍ୟ କେଜ୍ରିଓ୍ଵାଲ; ଔପଚାରକତା ଶେଷ, ଘୋଷଣା ବାକି

ଦିଲ୍ଲୀ ନିର୍ବାଚନ: ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ସହ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଆପ୍‌ ମୁଖ୍ୟ କେଜ୍ରିଓ୍ଵାଲ; ଔପଚାରକତା ଶେଷ, ଘୋଷଣା ବାକି

ନୂଆଦିଲ୍ଲୀ: ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିଓ୍ଵାଲ ଓ ତାଙ୍କର ଆମ୍‌ ଆଦମୀ ପାର୍ଟି (ଆପ୍‌) ପୁଣିଥରେ ନିଜର କରିସ୍ମା ଦେଖାଇଛି। ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ହସ୍ତଗତ ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାର ୫୪ ଆସନରେ ଆପ୍‌ର ପ୍ରାର୍ଥୀମାନେ ବିଜୟ ଲାଭ କରି ସାରିଥିବା ବେଳେ ୮ଟି ଆସନରେ ଆଗୁଆ ରହିଛନ୍ତି। ସେହିପରି ଭାରତୀୟ ଜନତା ପାର୍ଟି (ବିଜେପି)ର ପ୍ରାର୍ଥୀମାନେ ୬ଟି ଆସନରେ ବିଜୟ ଲାଭ କରି ସାରିଥିବା ବେଳେ ୨ଟି ଆସନରେ ଆଗୁଆ ରହିଛନ୍ତି। ଏହି ଟ୍ରେଣ୍ଡ ଗଣତି ଶେଷ ପର୍ଯ୍ୟନ୍ତ ବଜାୟ ରହିବ ବୋଲି ଆଶା କରା ଯାଉଛି। ଫଳରେ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପ୍‌ର ବିଧାୟକ ସଂଖ୍ୟା ୬୨ ଓ ବିଜେପିର ବିଧାୟକ୍‌ ସଂଖ୍ୟା ୮ରେ ସୀମିତ ରହିବ।

ତେବେ, ବର୍ତ୍ତମାନ ସୁଦ୍ଧା ଘୋଷିତ ହୋଇଥିବା ୬୦ଟି ଆସନ ମଧ୍ୟରୁ ୫୪ଟି ଆସନରେ ବିଜୟ ଲାଭ କରିବା ସହ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରି ସାରିଲାଣି। ଆପ୍‌ର ବିଜୟୀ ପ୍ରାର୍ଥୀମାନଙ୍କ ମଧ୍ୟରେ ରହିଛନ୍ତି ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ। ନୂଆଦିଲ୍ଲୀ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଆପ୍‌ ମୁଖ୍ୟ କେଜ୍ରିଓ୍ଵାଲ ୨୧,୦୦୦ରୁ ଅଧିକ ଭୋଟରେ ବିଜୟ ଲାଭ କରିଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇ ସାରିଲାଣି। ତେଣୁ, ଆପ୍‌ ମୁଖ୍ୟ କେଜ୍ରିଓ୍ଵାଲ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗାଦି ଅକ୍ତିଆର କରୁଥିବା ନିଶ୍ଚିତ ହୋଇ ସାରିଲାଣି। ଖାଲି ଔପଚାରିକତା ଦୃଷ୍ଟିରୁ ବିଧିବଦ୍ଧ ଘୋଷଣା ଯାହା ବାକି ରହିଛି।

publive-image NDTV

ତେବେ, ଏଥରକ ଦିଲ୍ଲୀ ନିର୍ବାଚନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା କଂଗ୍ରେସକୁ ଦିଲ୍ଲୀ ଭୋଟରମାନେ ସଂପୂର୍ଣ୍ଣ ରୂପେ ପ୍ରତ୍ୟାଖାନ କରିଛନ୍ତି। କଂଗ୍ରେସ ଦିଲ୍ଲୀରେ ନିଜର ଖାତା ଖୋଲିବାରେ ସମର୍ଥ ହୋଇ ନଥିବା ବେଳେ ପାଇଛି ମାତ୍ର ୪ ପ୍ରତିଶତ ଭୋଟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe