ଇଡ଼ି ହେପାଜତରୁ ସରକାର ଚଳାଉଛନ୍ତି କେଜ୍ରିୱାଲ: ତିହାର ଜେଲରୁ ଜାରି କଲେ ପ୍ରଥମ ଅର୍ଡର

ଇଡ଼ି ହେପାଜତରୁ ସରକାର ଚଳାଉଛନ୍ତି କେଜ୍ରିୱାଲ: ତିହାର ଜେଲରୁ ଜାରି କଲେ ପ୍ରଥମ ଅର୍ଡର

ନୂଆଦିଲ୍ଲୀ: ଦିଲ୍ଲୀରେ ହୋଇଥିବା ଏକ୍ସାଇଜ୍ ପଲିସି ସ୍କାମ ସହ ଜଡିତ ଅର୍ଥ ହେରଫେର ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଙ୍କ ହେପାଜତରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାର ଜେଲରୁ ଚଳାଉଛନ୍ତି। ରବିବାର ସକାଳେ ସେ ଜେଲରୁ ପ୍ରଥମ ଆଦେଶ ଦେଇଛନ୍ତି। ସୂତ୍ରରୁ ପ୍ରକାଶ ଯେ ସିଏମ କେଜ୍ରିୱାଲ ଜଳ ମନ୍ତ୍ରଣାଳୟ ସମ୍ବନ୍ଧରେ ଏକ ନିର୍ଦ୍ଦେଶ ଦେଇଛନ୍ତି। ସେ ଜଳ ମନ୍ତ୍ରୀ ଆତିଶି ମାର୍ଲେନାଙ୍କୁ ଏକ ନୋଟ ମାଧ୍ୟମରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜଳମନ୍ତ୍ରୀ ଆତିଶି ପୂର୍ବାହ୍ନ ୧୦ ଟାରେ ଏକ ବଡ଼ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।

ଅନ୍ୟପକ୍ଷରେ ଆମ୍ ଆଦମୀ ପାର୍ଟି ( ଏଏପି) ଦିଲ୍ଲୀର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ସିଏମ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରୁଛି। ଆଇଟିଓ ଫୁଟଓଭର ବ୍ରିଜରେ ଏଏପି ମହିଳା କର୍ମୀମାନେ ବିରୋଧ କରିଥିଲେ। ଏହି ବିକ୍ଷୋଭକାରୀମାନେ 'ମେଁ ଭି କେଜ୍ରିୱାଲ୍' ବ୍ୟାନରକୁ ଟଙ୍ଗାଇ କେଜ୍ରିୱାଲଙ୍କ ସମର୍ଥନରେ ସ୍ଲୋଗାନ ଦେଇଥିଲେ। ତେବେ ପୋଲିସ ସେମାନଙ୍କୁ ତୁରନ୍ତ ସେଠାରୁ ହଟାଇ ଦେଇଥିଲା।

କେଜ୍ରିୱାଲଙ୍କ ଏଭଳି ନିର୍ଦ୍ଦେଶ ଜାରି ପରେ ଆତିଶି କହିଛନ୍ତି ଜେଲରେ ଥିଲେ ଢ଼ଦ୍ୟ ମୁଖ୍ୟମନ୍ତ୍ରୀଙ୍କର ଜନସାଧାରଣଙକ ପ୍ରତି ଚିନ୍ତା ରହିଛି। ‌ତେଣୁ ସେ ଜେଲରୁ ନିର୍ଦ୍ଦେଶ ଜାରି କରି ସରକାର ଚଳାଉଛନ୍ତି। ଅପରପକ୍ଷରେ ବିଜେପି ସରକାର ଗଣତନ୍ତ୍ରର କଣ୍ଠରୋଧ କରିବାକୁ ପ୍ରୟାସ କରୁଥିବା ସେ କହିଛନ୍ତି। ଜନସାଧାରଣ ଏହାର କଡ଼ା ଜବାବ ଦେବେ ବୋଲି ଆତିଶି କହିଛନ୍ତି। ନିର୍ବାଚନ ପାଖେଇ ଆସିବା ସହିତ ବିଜେପିର ଭୟ ବୃଦ୍ଧି ପାଉଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe