Image Courtesy of Tribune India
ନୂଆଦିଲ୍ଲୀ: ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ତିହାର ଜେଲ୍ରେ ରହିଛନ୍ତି। ସେ ଜଣେ ଟାଇପ୍-୨ ମଧୁମେହ ରୋଗୀ ହୋଇ ମଧ୍ୟ ଜେଲ୍ରେ ତାଙ୍କୁ ଇନ୍ସୁଲିନ୍ ଦିଆଯାଉନାହିଁ ବୋଲି ଆପ୍ ଅଭିଯୋଗ କରିବା ପରେ ସେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଏକ ଆବେଦନ କରି ତାଙ୍କୁ ଇନ୍ସୁଲିନ୍ ଯୋଗାଇ ଦେବାକୁ କହିଛନ୍ତି। ତେବେ କେଜ୍ରିୱାଲଙ୍କ ଆବେଦନ ଉପରେ କୋର୍ଟ ସୋମବାର ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଛନ୍ତି, ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ କହିଛନ୍ତି ଯେ ଏପ୍ରିଲ ୨୨ ରେ ଏହାର ଶୁଣାଣି କରାଯିବ | ଏହାପୂର୍ବରୁ କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁ ସିଂଭି କୋର୍ଟଙ୍କୁ କହିଛନ୍ତି ଯେ କେଜ୍ରିୱାଲଙ୍କ ନୂତନ ଆବେଦନପତ୍ରର ଏକ କପି ଇଡିକୁ ପ୍ରଦାନ କରାଯାଇଛି ଯେ କେଜ୍ରିୱାଲ ୨୨ ବର୍ଷ ଧରି ମଧୁମେହରେ ପୀଡିତ ଅଛନ୍ତି | ଏଥିପାଇଁ ସେ ପ୍ରତିଦିନ ଇନସୁଲିନ୍ ଆବଶ୍ୟକ କରନ୍ତି। ସିଂହଭି କେଜ୍ରିୱାଲଙ୍କ ଶର୍କରା ସ୍ତର ଉପରେ ନଜର ରଖିଥିବା ଚାର୍ଟକୁ ଦର୍ଶାଇଛନ୍ତି।
ଆମ୍ବ ଖାଇବା ବିଷୟରେ ଇଡି ବିବୃତ୍ତିରେ ସିଂହଭି କହିଛନ୍ତି ଯେ କେଜ୍ରିୱାଲଙ୍କୁ ମାତ୍ର ତିନିଥର ଆମ୍ବ ଜେଲ ପଠାଯାଇଛି। ଏପ୍ରିଲ ୮ ପରେ କୌଣସି ଆମ୍ବ ପଠାଯାଇ ନାହିଁ | ସେ କହିଛନ୍ତି ଯେ କେଜ୍ରିୱାଲ ଚା ସହିତ ଚିନି ବ୍ୟବହାର କରିନଥିଲେ। ସେ ଚା’ରେ ସୁଗାର ଫ୍ରି ବ୍ୟବହାର କରୁଥିଲେ କାରଣ ସେ ମଧୁମେହ ରୋଗୀ | ସେହିପରି ପୁରୀ ଓ ଆଳୁ ତରକାରୀ ଖାଇବା ଅଭିଯୋଗକୁ ନେଇ ସିଂଭି କହିଛନ୍ତି ଏହା ଏକ ମିଛ ଅଭିଯୋଗ। କେଜ୍ରିୱାଲ କେବଳ ଥରେ ନବରାତ୍ରି ପ୍ରସାଦ ଭାବରେ ପୁରୀ ଓ ଆଳୁ ତରକାରୀ ଖାଇଥଲେ | କେଜ୍ରିୱାଲଙ୍କ ଅନ୍ୟ ଜଣେ ଓକିଲ ରମେଶ ଗୁପ୍ତା କହିଛନ୍ତି ଯେ ପ୍ରଥମ ଥର ପାଇଁ ମୁଁ ଦେଖୁଛି ଯେ ଜେଲ କର୍ତ୍ତୃପକ୍ଷଙ୍କ ତରଫରୁ ଜଣେ ସ୍ୱତନ୍ତ୍ର ଓକିଲ ମଧ୍ୟ ଉପସ୍ଥିତ ଅଛନ୍ତି। କେବଳ ସାଧାରଣ ଲୋକ ଆମ୍ବ ଖାଉଛନ୍ତି। ଯଦି ସାଧାରଣ ଲୋକ ଆମ୍ବ ଖାଇବେ ନାହିଁ, ତେବେ ସେ ଛତୁ ଖାଇବେ କି?
Follow Us