The Financial Express
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ଦିଲ୍ଲୀର ବିକାଶ ଏବଂ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଲାଗୁ କରିବା ସଂପର୍କରେ ଆଲୋଚନା କରିଛନ୍ତି। ସାକ୍ଷାତ ପରେ ଟ୍ବିଟ୍ କରି କେଜ୍ରିୱାଲ କହିଛନ୍ତି, ଯମୁନା ନଦୀର ପାଣି ସଂରକ୍ଷିତ ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ମୁଁ ଅନୁରୋଧ କରିଛି । ପ୍ରଧାନମନ୍ତ୍ରୀଙ୍କୁ ମୋହଲ୍ଲା କ୍ଲିନିକ୍ ପରିଦର୍ଶନରେ ଆସିବା ପାଇଁ ମୁଁ ନିମନ୍ତ୍ରଣ କରିଛି ଏବଂ ଆୟୁଷ୍ମାନ ଭାରତ ଯୋଜନା ଦିଲ୍ଲୀରେ କାର୍ଯ୍ୟକାରୀ ହୋଇପାରିବ କି ନାହିଁ ସେ ବାବଦରେ ମଧ୍ୟ ଆଲୋଚନା ହୋଇଛି। କେଜ୍ରିୱାଲ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ପ୍ରତି ନରମ ମନୋଭାବ ଦେଖାଇ ଟ୍ବିଟ୍ କରିଛନ୍ତି।
Follow Us