Image Courtesy of India Today
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସିଙ୍ଗାପୁର ଯିବା ପାଇଁ ଅନୁମତି ଦେଇ ନଥିବାରୁ ଉଭୟଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଥିଲା। ଗତ ୨୧ ତାରିଖରେ କେଜ୍ରିୱାଲଙ୍କୁ ଏଥିପାଇଁ ଅନୁମତି ମିଳିବ ନାହିଁ ବୋଲି ଜଣାଇ ଦିଆଯାଇଥିଲା। ଏହାପରେ ପ୍ରଥମ ଥର ପାଇଁ ଆଜି ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳ ଭିକେ ସାକସେନାଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ ହୋଇଛି। ସାପ୍ତାହିକ ବୈଠକରେ ସେମାନେ ଏକାଠି ଦେଖିବାକୁ ମିଳିଛନ୍ତି।
ବୈଠକ ପରେ କେଜ୍ରିୱାଲ କହିଛନ୍ତି ସେମାନଙ୍କ ମଧ୍ୟରେ ମତଭେଦ ଥାଇପାରେ, କିନ୍ତୁ ମନାନ୍ତର ନାହିଁ। ମତଭେଦକୁ ଦୂର କରାଯିବା ସହିତ ସେମାନେ ମିଳିମିଶି କାମ କରିବେ ବୋଲି କେଜ୍ରିୱାଲ କହିଛନ୍ତି। ଆଜିର ବୈଠକ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ହୋଇଥିଲା। ଜଳ, ସ୍ବଚ୍ଛତା, ବିଦ୍ୟୁତ ଆଦି ଏକାଧିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବର୍ତ୍ତମାନ ସୁଦ୍ଧା ଆମେ ଏକାଠି କାମ କରିଆସିଛୁ ଏବଂ ଆଗାମୀ ଦିନରେ ମଧ୍ୟ ଆମେ ମିଳିମିଶି କାମ କରିବୁ ବୋଲି କେଜ୍ରିୱାଲ କହିଛନ୍ତି। ଗତ ସପ୍ତାହରେ ଅନୁଷ୍ଠିତ ସାପ୍ତାହିକ ବୈଠକରେ ଦେହ ଖରାପ ଥିବା ଦର୍ଶାଇ କେଜ୍ରିୱାଲ ଏହାକୁ ଏଡ଼ାଇ ଯାଇଥିଲେ।
Follow Us