କେଜ୍ରିଓ୍ଵାଲଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବ ନାହିଁ

କେଜ୍ରିଓ୍ଵାଲଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବ ନାହିଁ

image source--news18

ନୂଆଦିଲ୍ଲୀ: ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ୭୦ ଆସନ ମଧ୍ୟରୁ ୬୨ ଆସନରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ବିଜୟଲାଭ କରି ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଏବେ ଅରବିନ୍ଦ କେଜ୍ରିଓ୍ଵାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଗାଦି ଅଳଂକୃତ କରିବାକୁ ଯାଉଛନ୍ତି। ଆସନ୍ତା ୧୬ ତାରିଖ ଦିନ ଦିଲ୍ଲୀର ରାମଲୀଲା ମୈଦାନରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜ୍ରିଓ୍ଵାଲ ଶପଥ ଗ୍ରହଣ କରିବେ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି। ହେଲେ ଏବେ ଆଉ ଏକ ଖବର ଶୁଣିବାକୁ ମିଳିଛି।
ତାହା ହେଲା ଯେ ଏହି ଶପଥ ଉତ୍ସବରେ ଯୋଗ ଦେବା ପାଇଁ ଅନ୍ୟ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବ ନାହିଁ। ଏହା କେବଳ ଦିଲ୍ଲୀବାସୀଙ୍କ ପାଇଁ ହେବ ବୋଲି ଆମ୍‌ ଆଦମୀ ପାର୍ଟିର ବରିଷ୍ଠ ନେତା ଗୋପାଳ ରାୟ ସୂଚନା ଦେଇଛନ୍ତି। ସେ ପ୍ରଭାରୀ ହୋଇଥିବା ବେଳେ ତାଙ୍କୁ ଦଳରେ କେଜ୍ରିଓ୍ୱାଲ ଓ ମନୀଷ ସିସୋଦିଆଙ୍କ ପରେ ତୃତୀୟ ସ୍ଥାନ ଦିଆଯାଇଥାଏ।
ଏଣେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ନୂତନ ମନ୍ତ୍ରିମଣ୍ଡଳରେ କିଏ କିଏ ସାମିଲ ହେବେ ବା କେଉଁ ନୂଆ ମୁହଁଙ୍କୁ ଦେଖିବାକୁ ମିଳିବ ତାକୁ ନେଇ ଚର୍ଚ୍ଚା ଓ ଆଲୋଚନା ଜୋର ଧରିଛି। କିନ୍ତୁ, କେଜ୍ରିଓ୍ଵାଲ ସ୍ପଷ୍ଟ କରି ଦେଇଛନ୍ତି ଯେ ତାଙ୍କ ନୂତନ ମନ୍ତ୍ରିମଣ୍ଡଳରେ କୌଣସି ନୂଆ ମୁହଁଙ୍କୁ ସାମିଲ କରାଯିବ ନାହିଁ। ପୂର୍ବ ମନ୍ତ୍ରିମଣ୍ଡଳରେ ତାଙ୍କ ସହ ଯେଉଁ ୭ ଜଣ ମନ୍ତ୍ରୀଭାବେ ରହିଥିଲେ ନୂତନ ମନ୍ତ୍ରିମଣ୍ଡଳରେ ମଧ୍ୟ ସେଇମାନେ ହିଁ ମନ୍ତ୍ରୀ ଭାବେ ରହିବେ ଓ ୧୬ ତାରିଖ ଦିନ ତାଙ୍କ ସହ ଏକାଠି ଶପଥ ଗ୍ରହଣ କରିବେ।

publive-image image source--the asian age

ତେବେ, ଏଥର ମନ୍ତ୍ରିମଣ୍ଡଳରେ କେଜ୍ରିଓ୍ଵାଲ ଉପ ମୁଖ୍ୟମନ୍ତ୍ରୀ ପଦ ରଖିବେ ନା ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ। କାରଣ, ପୂର୍ବ ମନ୍ତ୍ରିମଣ୍ଡଳରେ ଉପ ମୁଖ୍ୟମନ୍ତ୍ରୀ ଥିବା ମନୀଷ ସିସୋଦିଆ ଚଳିତ ନିର୍ବାଚନରେ ଯେପରି ହାରୁହାରୁ ଶେଷ ମୁହୂର୍ତ୍ତରେ ଜିତିଲେ, ତାକୁ ଦେଖିବା ପରେ ମନୀଷ ସିସୋଦିଆଙ୍କୁ ଏଥର ଉପ ମୁଖ୍ୟମନ୍ତ୍ରୀ ବଦଳରେ ଖାଲି ମନ୍ତ୍ରୀ କରି ରଖିବା ପାଇଁ କେଜ୍ରିଓ୍ଵାଲ ମନସ୍ଥ କରିଥିବା ଦଳୀୟ ମହଲରେ ଆଲୋଚନା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe