Image Courtesy of The New Indian Express
ନୂଆଦିଲ୍ଲୀ: ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନରେ ‘ଆମ୍ ଆଦ୍ମି ପାର୍ଟି’ କ୍ଷମତାକୁ ଆସିଲେ ‘ହେଲ୍ଥ୍ ଗ୍ୟାରେଣ୍ଟି’ ବ୍ୟବସ୍ଥା କରାଯିବ ବୋଲି ଆଜି ଲୁଧିଆନାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଦିଲ୍ଲୀ ମଡେଲ୍କୁ ଆଧାର କରି ଉକ୍ତ ‘ହେଲ୍ଥ୍ ଗ୍ୟାରେଣ୍ଟି’ରେ ସେ ୬ଟି ପ୍ରତିଶ୍ରୁତି ଦେଇଛନ୍ତି।
ସାମ୍ବାଦିକମାନଙ୍କୁ କେଜ୍ରିୱାଲ୍ କହିଛନ୍ତି, ଚଣ୍ଡୀଗଡ଼ସ୍ଥିତ ‘ପୋଷ୍ଟ୍ଗ୍ରାଜୁଏଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ୍ ରିସର୍ଚ’ ବ୍ୟତୀତ ବାକି ସମସ୍ତ ସରକାରୀ ଚାଳିତ ସ୍ବାସ୍ଥ୍ୟ କେନ୍ଦ୍ର ଓ ପ୍ରତିଷ୍ଠାନର ଅବସ୍ଥା ଅତି ଦୟନୀୟ ହୋଇଥିବାରୁ ସାଧାରଣ ଜନତା ଘରୋଇ ଡାକ୍ତରଖାନା ଭଳି ବିକଳ୍ପ ଖୋଜିବାକୁ ବାଧ୍ୟ ହେଉଛନ୍ତି। ଏବଂ ଉକ୍ତ ଘରୋଇ ଡାକ୍ତରଖାନା ସବୁ ଜନସାଧାରଣଙ୍କ ଠାରୁ ଲୁଟ୍ କରୁଛନ୍ତି। ଏହାଛଡ଼ା, ସରକାରୀ ସ୍ବାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକରେ କର୍ମଚାରୀ ଓ ଭିତ୍ତିଭୂମିର ଘୋର ଅଭାବ ପରିଲକ୍ଷିତ ହେଉଛି।
Image Courtesy of News18ସେଗୁଡ଼ିକ ହେଉଛି, ସମସ୍ତଙ୍କ ପାଇଁ ମୁକ୍ତ ଓ ଉନ୍ନତ ସ୍ବାସ୍ଥ୍ୟ ସେବା, ମାଗଣାରେ ପରୀକ୍ଷା ଓ ଅସ୍ତ୍ରୋପଚାର (୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟୟ ବହୁଳ ଅସ୍ତ୍ରୋପଚାର) ସହ ସମସ୍ତ ଔଷଧ ଦିଆଯିବ, ସମସ୍ତଙ୍କ ପାଇଁ ‘ହେଲ୍ଥ୍ କାର୍ଡ’, ୧୬୦୦୦ ପିଣ୍ଡ/ମହଲା କ୍ଲିନିକ୍ ସ୍ଥାପନ, ଉନ୍ନତ ଧରଣର ନୂତନ ସରକାରୀ ଡାକ୍ତରଖାନା ନିର୍ମାଣ ଓ ପୁରୁଣା ଡାକ୍ତରଖାନାର ନବିକରଣ ଏବଂ ସମସ୍ତ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ନିମନ୍ତେ ସରକାରୀ ବା ବେସରକାରୀ ଡାକ୍ତରଖାନାରେ ମାଗଣା ଚିକିତ୍ସା ବ୍ୟବସ୍ଥା।
Follow Us