ଗୋଆ ଦଖଲ ପାଇଁ କେଜ୍ରିୱାଲଙ୍କ ପ୍ରତିଶ୍ରୁତି: ନିର୍ବାଚନ ଜିତିଲେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ପଠାଇବୁ ୧ ହଜାର ଟଙ୍କା

Advertisment
ଗୋଆ ଦଖଲ ପାଇଁ କେଜ୍ରିୱାଲଙ୍କ ପ୍ରତିଶ୍ରୁତି: ନିର୍ବାଚନ ଜିତିଲେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ପଠାଇବୁ ୧ ହଜାର ଟଙ୍କା

ପାଣାଜୀ: ଗୋଆରେ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଫେବ୍ରୁଆରି ୪୦ଟି ଆସନ ପାଇଁ ବିଧାନସଭା ନିର୍ବାଚନ ହୋଇପାରେ। ଆଉ ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଗୋଆର ମହିଳାମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଯଦି ତାଙ୍କ ଦଳ ଗୋଆରେ ସରକାର ଗଠନ କରେ ତେବେ ଗୃହ ଆଧାର ଯୋଜନା ଅନୁଯାୟୀ ମହିଳାମାନଙ୍କୁ ପ୍ରତି ମାସରେ ଅଢେଇ ହଜାର ଟଙ୍କା ଦିଆଯିବ। ଏହା ବ୍ୟତୀତ ସେ ମାଗଣା ବିଦ୍ୟୁତ୍ ଏବଂ ପାଣିର ପ୍ରତିଶୃତି ମଧ୍ୟ ଦେଇଛନ୍ତି। କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି ଯେ ଗୋଆର ରାଜନୀତିକୁ ବଞ୍ଚାଇବାକୁ ହେଲେ ଗୋଆକୁ ଖରାପ ନେତାଙ୍କଠାରୁ ରକ୍ଷା କରିବାକୁ ପଡିବ।

ଅରବିନ୍ଦ କେଜ୍ରିୱାଲ କହିଛନ୍ତି, 'ଯଦି ଗୋଆରେ ଆମ ସରକାର ଗଠନ ହୁଏ, ତେବେ ଆମେ ଗୃହ ଆଧାର ଯୋଜନା ଅନ୍ତର୍ଗତ ମହିଳାମାନଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ଦେବୁ। ଯେଉଁ ମହିଳାମାନଙ୍କୁ ଏହି ସ୍କିମରେ ସାମିଲ ହୋଇନାହାନ୍ତି ଏବଂ ସେମାନେ ୧୮ ବର୍ଷରୁ ଅଧିକ, ସେମାନଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ଲେଖାଏଁ ଦେବୁ |

ସୂଚନା ଥାଉ କି ଏହା ପୂର୍ବରୁ ପଞ୍ଜାବରେ ମଧ୍ୟ କେଜ୍ରିୱାଲ କହିଥିଲେ ଯେ ଯଦି ତାଙ୍କ ଦଳ ଆପ୍‌ ୨୦୨୨ ବିଧାନସଭା ନିର୍ବାଚନରେ କ୍ଷମତାକୁ ଆସେ ତେବେ ପଞ୍ଜାବର ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ମାସିକ ୧ହଜାର ଟଙ୍କା ସ୍ଥାନାନ୍ତର କରାଯିବ। ବୃଦ୍ଧାବସ୍ଥା ପେନସନ ପାଉଥିବା ବୟସ୍କ ମହିଳାମାନେ ସେମାନଙ୍କ ଆକାଉଣ୍ଟରେ ପେନ୍‌ସନ୍‌ ବ୍ୟତୀତ ପ୍ରତି ମାସରେ ୧ ହଜାର ଟଙ୍କା ଲେଖାଁଏ ଅତିରିକ୍ତ ଭାବେ ପାଇବେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe