ରାହୁଲ ଗାନ୍ଧି ମୋତେ ଗାଳି ଦେଲେ : କେଜ୍ରିଓ୍ବାଲ

ଅରବିନ୍ଦ କେଜ୍ରିଓ୍ଵାଲ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ତାଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ କରିଛନ୍ତି। ରାହୁଲ ଗାନ୍ଧି ସୋମବାର ସିଲମପୁରରେ ଏକ ସାଧାରଣ ସଭା କରି କେଜ୍ରିଓ୍ବାଲଙ୍କୁ ସମାଲୋଚନା କରିଥିଲେ । 

www.ndtv.com kejriwal

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟ ସୁନିଶ୍ଚିତ କରିବା ପାଇଁ ସବୁ ଦଳର ନେତା ପରସ୍ପର ଉପରେ ବାଚନିକ ଆକ୍ରମଣ କରୁଛନ୍ତି। ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ମଧ୍ୟରେ କୌଣସି ଫରକ ନାହିଁ । 

ଏବେ ରାହୁଲଙ୍କ ବୟାନର ଜବାବ ଦେଇଛନ୍ତି କେଜ୍ରିଓ୍ବାଲ । ସେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ତାଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ କରିଛନ୍ତି। ରାହୁଲ ଗାନ୍ଧି ସୋମବାର (ଜାନୁଆରୀ ୧୩) ସିଲମପୁରରେ ଏକ ସାଧାରଣ ସଭା କରିଥିଲେ। 

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ଲେଖିଛନ୍ତି, "ଆଜି ରାହୁଲ ଗାନ୍ଧିଜୀ ଦିଲ୍ଲୀ ଆସିଛନ୍ତି। ସେ ମୋତେ ବହୁତ ଗାଳି ଗୁଲଜ କରିଥିଲେ। କିନ୍ତୁ ମୁଁ ତାଙ୍କ ବୟାନ ଉପରେ କୌଣସି ମନ୍ତବ୍ୟ ଦେବି ନାହିଁ। ତାଙ୍କ ଲଢ଼େଇ କଂଗ୍ରେସକୁ ବଞ୍ଚାଇବା ପାଇଁ, ମୋର ଲଢ଼େଇ ଦେଶକୁ ବଞ୍ଚାଇବା ପାଇଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe