ଅରବିନ୍ଦ କେଜରିଓ୍ଵାଲ୍‌ଙ୍କୁ ମାଳା ପିନ୍ଧାଇବାକୁ କେହି ଯାଇପାରିବେ ନାହିଁ, ଚାପୁଡ଼ା ଘଟଣାପରେ ସୁରକ୍ଷା ବ୍ୟବସ୍ଥାରେ କେତେକ ପରିବର୍ତ୍ତନ

Advertisment
ଆପ୍‌ ପ୍ରାର୍ଥୀଙ୍କ ପୁଅର ବଡ଼ ଖୁଲାସା : ପଶ୍ଚିମ ଦିଲ୍ଲୀ ଟିକେଟ୍‌ ଲାଗି ବାପା କେଜ୍ରିଓ୍ଵାଲ୍‌ଙ୍କୁ ଦେଇଛନ୍ତି ୬ କୋଟି

PHOTO-INDIATODAY

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ୍‌ଙ୍କୁ ଚାପୁଡା ମାରିଥିବା ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିବାପରେ ଏବେ ଅରବିନ୍ଦ କେଜରିଓ୍ଵାଲଙ୍କର ସୁରକ୍ଷା ବ୍ୟବସ୍ଥାରେ କେତେକ ପରିବର୍ତ୍ତନ କରାଯାଇଛି। ଏହାଫଳରେ ଆଉ କେହି ଲୋକ ଅରବିନ୍ଦ କେଜରିଓ୍ଵାଲ୍‌ଙ୍କୁ ମାଳା ପିନ୍ଧାଇବାକୁ ଯାଇପାରିବେ ନାହିଁ। ଖାଲି ସେତିକି ନୁହେଁ, କେହି ତାଙ୍କର କର ମର୍ଦ୍ଦନ କରିପାରିବେ ନାହିଁ।

ଠକ୍‌ ସେହିପରି ଆଗଭଳି ଆଉ ଅରବିନ୍ଦ କେଜରିଓ୍ଵାଲ୍‌ଙ୍କ ରୋଡ ସୋ’ରେ ବେଶୀ ଲୋକଙ୍କୁ ନିଆଯିବ ନାହିଁ। ସେ ଯେଉଁ ଖୋଲା ଜିପ୍‌ରେ ଯିବେ ସେଥିରେ କେବଳ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ ହିଁ ତାଙ୍କ ସହ ରହିବେ। ଠିକ୍‌ ସେହିପରି ଅରବିନ୍ଦ କେଜରିଓ୍ଵାଲ୍‌ଙ୍କ ସହ ସବୁବେଳେ କୋଡିଏ ଜଣ ସୁରକ୍ଷା କର୍ମୀ ରହି ତାଙ୍କୁ ଛାଉଣି କରି ରହିବେ।

ଏଠାରେ ସୂଚନାଯୋଗ୍ୟ ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କୁ ଗତ ଶନିବାର ଦିନ ସୁରେଶ ଚୌହାନ ନାମକ ଜଣେ ଲୋକ ଚାପୁଡ଼ା ମାରିଥିଲେ । ସେ ଜଣକ ଆମ ଆଦ୍‌ମି ପାର୍ଟିର ସଦସ୍ୟ ଥିଲେ। ଏହା ପୁଲିସ କହିଥିଲା। ପୁଲିସ ପକ୍ଷରୁ କୁହାଯାଇଥିଲା ଯେ ସୁରେଶ ଚୌହାନ ଆମ୍‌ ଆଦମି ପାର୍ଟିର ରାଲି ଓ ବୈଠକର ଆୟୋଜନ କରୁଥିଲେ। କିନ୍ତୁ ପାର୍ଟିର ନେତାମାନଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଆମ ଆଦମି ପାର୍ଟି ଠାରୁୂ ତାଙ୍କର ମୋହଭଙ୍ଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe