ବିଜେପିର ନିର୍ବାଚନ ଶେଷ ହୋଇଯାଇଛି : କେଜ୍ରିଓ୍ବାଲ୍

Advertisment

ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ପୂର୍ବତନ ସିଏମ ଅରବିନ୍ଦ କେଜ୍ରିୱାଲ ବିଜେପିର ସଂକଳ୍ପପତ୍ରକୁ ଟାର୍ଗେଟ କରିଛନ୍ତି । ଦିଲ୍ଲୀ ପାଇଁ ବିଜେପିର କୌଣସି ଯୋଜନା ନାହିଁ ବୋଲି ସେ ଦାବି କରିଛନ୍ତି।

ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ପୂର୍ବତନ ସିଏମ ଅରବିନ୍ଦ କେଜ୍ରିୱାଲ ବିଜେପିର ସଂକଳ୍ପପତ୍ରକୁ ଟାର୍ଗେଟ କରିଛନ୍ତି । ଦିଲ୍ଲୀ ପାଇଁ ବିଜେପିର କୌଣସି ଯୋଜନା ନାହିଁ ବୋଲି ସେ ଦାବି କରିଛନ୍ତି।

kejri

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନକୁ ନେଇ ପ୍ରଚାର ଚରମରେ ପହଞ୍ଚିଛି । ସେପଟେ ଶନିବାର ବିଜେପି ସଂକଳ୍ପ ପତ୍ରର ତୃତୀୟ ଭାଗ ଜାରି କରିଛି। ଅମିତ ଶାହା ଏହି ସଂକଳ୍ପ ପତ୍ରର ଶୁଭାରମ୍ଭ କରିଛନ୍ତି। ସେପଟେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ପୂର୍ବତନ ସିଏମ ଅରବିନ୍ଦ କେଜ୍ରିୱାଲ ଏହାକୁ ଟାର୍ଗେଟ କରିଛନ୍ତି । ଦିଲ୍ଲୀ ପାଇଁ ବିଜେପିର କୌଣସି ଯୋଜନା ନାହିଁ ବୋଲି ସେ ଦାବି କରିଛନ୍ତି।

ଅରବିନ୍ଦ କେଜ୍ରିଓ୍ଵାଲ ନିଜ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ଆଜି ଅମିତ ଶାହାଜୀ ଦିଲ୍ଲୀ ଆସି ମୋତେ ଗାଳିଗୁଲଜ କରି ଚାଲିଗଲେ। ଦୁର୍ବ୍ୟବହାର ଦିଲ୍ଲୀର ବିକାଶ କରିବ କି? ଦିଲ୍ଲୀ ପାଇଁ ବିଜେପିର କୌଣସି ଯୋଜନା କିମ୍ବା ଦୃଷ୍ଟିକୋଣ ନାହିଁ। ଯଦି ଆଉ କିଛି ନାହିଁ, ତେବେ ଆପଣ ଆମେ ପ୍ରଦାନ କରୁଥିବା ସୁବିଧାସୁଯୋଗଗୁଡ଼ିକର ପୁନରାବୃତ୍ତି କରିବେ କି? ଆତ୍ମସମର୍ପଣ କରିଦେଇଛି ବିଜେପି । ବିଜେପିର ନିର୍ବାଚନ ଶେଷ ହୋଇଯାଇଛି।

ଏହା ପୂର୍ବରୁ ବିଜେପିର ସଂକଳ୍ପପତ୍ର ଜାରି କରି ଅମିତ ଶାହା କହିଥିଲେ କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ ୧୦ ବର୍ଷ ପାଇଁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଏହି ପ୍ରତିଶ୍ରୁତି ପୂରଣ କରିନଥିଲେ। କେଜ୍ରିୱାଲ ଦିଲ୍ଲୀକୁ ଦଳିତ ଉପମୁଖ୍ୟମନ୍ତ୍ରୀ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଯେତେବେଳେ ସୁଯୋଗ ଆସିଲା, ସେ ତାହା କଲେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe