ବିଧାନସଭାରେ ୩ଟି କୃଷି ଆଇନ ଦସ୍ତାବିଜକୁ ଚିରି ଦେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

Advertisment
ବିଧାନସଭାରେ ୩ଟି କୃଷି ଆଇନ ଦସ୍ତାବିଜକୁ ଚିରି ଦେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

twitter

ନୂଆଦିଲ୍ଲୀ: ଗତ ୨୨ଦିନ ଧରି କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଚାଲିଛି। ଚାଷୀମାନେ ପଛକୁ ହଟିବାକୁ ପ୍ରସ୍ତୁତ ନଥିବା ବେଳେ ସରକାର ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଆଇନ ପ୍ରତ୍ୟାହାର କରିବାକୁ ଚାହୁଁନାହାଁନ୍ତି। ଏ ମଧ୍ୟରେ ଚାଷୀ ଆନ୍ଦୋଳନକୁ ନେଇ ରାଜନୀତି ମଧ୍ୟ ସରଗରମ ରହିଛି। ଆଜି ଦିଲ୍ଲୀ ବିଧାନସଭାରେ ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୃହରେ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି ଯେ, କୃଷି ଆଇନ ନାମରେ କେନ୍ଦ୍ର ସରକାର ଆଉ କେତେ ଜଣଙ୍କ ଜୀବନ ନେବେ। ଏହି ଆନ୍ଦୋଳନରେ ୨୦ରୁ ଅଧିକ କୃଷକଙ୍କ ଜୀବନ ଯାଇଛି। ପ୍ରତିଦିନ ଜଣେ ଜଣେ କୃଷକଙ୍କ ଜୀବନ ହାରୁଛନ୍ତି। ପ୍ରତ୍ୟେକ ଚାଷୀ ଆଜି ଭଗତ ସିଂ ହୋଇଛନ୍ତି। ସରକାର କହୁଛନ୍ତି ଯେ ସେ ଚାଷୀଙ୍କ ନିକଟରେ ପହଞ୍ଚୁଛନ୍ତି ଏବଂ କୃଷି ବିଲର ଲାଭ ବିଷୟରେ ବୁଝାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସବୁ କଥାରେ, କାମରେ କିଛି ନାହିଁ। ମହାମାରୀ ସମୟରେ ସଂସଦରେ କୃଷି ଆଇନ ପ୍ରଣୟନ କରିବା କ’ଣ ଦରକାର ଥିଲା? ପ୍ରଥମ ଥର ପାଇଁ ଏହା ଘଟିଛି, ଯେଉଁଠିି ରାଜ୍ୟସଭାରେ ଭୋଟ୍ ନ ହୋଇ ୩ଟି ଆଇନ ପ୍ରଣୟନ କରାଯାଇଛି। ମୁଁ ଏହି ବିଧାନସଭାରେ ଆଜି ୩ଟି କୃଷି ଆଇନକୁ ଚିରୁଛି ଏବଂ ବ୍ରିଟିଶମାନଙ୍କଠାରୁ ଖରାପ ନହେବାକୁ କେନ୍ଦ୍ରକୁ ଆବେଦନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe