New Delhi: A woman wears an anti-pollution mask as smog covers the capital's skyline on Wednesday. Yesterday the air quality hit severe levels in New Delhi. PTI Photo by Shahbaz Khan(PTI11_8_2017_000013A)
ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣକୁ ନେଇ ଚର୍ଚ୍ଚାରେ ରହିଆସୁଥିବା ଦିଲ୍ଲୀକୁ ସ୍ଵଛ ଓ ପ୍ରଦୂଷଣ ମୁକ୍ତ କରିବାକୁ ମହା ଅଭିଯାନ ଆରମ୍ଭ କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ | ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ରବିବାର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ସମ୍ପୃକ୍ତ ବିଭାଗ ସହ ଆଲୋଚନା ପରେ ବାୟୁ ପ୍ରଦୂଷଣ ବିରୋଧରେ ଏକ ବିଶାଳ ଅଭିଯାନ ଆରମ୍ଭ କରିବେ। ରାୟ କହିଛନ୍ତି ଯେ କେଜ୍ରିୱାଲଙ୍କ ନେତୃତ୍ୱରେ ଦିଲ୍ଲୀ ବିକାଶ ପ୍ରାଧିକରଣ, ଦିଲ୍ଲୀ ଜଲ୍ ବୋର୍ଡ, ଦିଲ୍ଲୀର ମ୍ୟୁନିସିପାଲ୍ କର୍ପୋରେସନ୍, ଟ୍ରାଫିକ୍ ପୋଲିସ୍, ପରିବହନ ବିଭାଗର ଉଚ୍ଚ ପଦାଧିକାରୀଙ୍କ ସହ ଏକ ବୈଠକ କରାଯିବ |
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସୋମବାରଠାରୁ ପ୍ରଦୂଷଣ ବିରୋଧରେ ଅଭିଯାନ ଆରମ୍ଭ କରିବେ। ନିକଟରେ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ସହ ଏକ ବୈଠକରେ ଗୋପାଳ ରାୟ ସୂଚନା ଦେଇଥିଲେ ଯେ ଦିଲ୍ଲୀର ଚାରିପାଖରେ ୧୯୦୦ ରୁ ଅଧିକ ଇଟାଭାଟି ଅଛି, ଯାହାକୁ ଡିସେମ୍ବର ୨୦୧୯ ସୁଦ୍ଧା ପୁରୁଣା ଟେକ୍ନୋଲୋଜି ବଦଳାଇବାକୁ କୁହାଯାଇଥିଲା।
ରାୟ କହିଛନ୍ତି ଯେ ଉତ୍ତରପ୍ରଦେଶରେ ୧୬୪୦ ରୁ ଅଧିକ ଇଟାଭାଟି ଥିବାବେଳେ ହରିୟାଣାରେ ୧୬୧ ଟି ଏବଂ ରାଜସ୍ଥାନରେ ୧୬୪ ଟି ଇଟାଭାଟି ଅଛି। ସେ କହିଛନ୍ତି ଯେ ଏହି ସବୁ ଇଟାଭାଟିରୁ ବାହାରୁଥିବା ଧୂଆଁ ଦିଲ୍ଲୀରେ ବାୟୁ ପ୍ରଦୂଷଣର ଏକ ପ୍ରମୁଖ କାରଣ।
Follow Us