ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ମୋତେ ଡରୁଥିବାରୁ ଅପହରଣ କରିବାକୁ ଉଦ୍ୟମ କରିଥିଲେ: ବିଜେପି ନେତା ତଜିନ୍ଦର ବଗ୍ଗା

Advertisment
ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ମୋତେ ଡରୁଥିବାରୁ ଅପହରଣ କରିବାକୁ ଉଦ୍ୟମ କରିଥିଲେ: ବିଜେପି ନେତା ତଜିନ୍ଦର ବଗ୍ଗା

ନୂଆଦିଲ୍ଲୀ: ବିଜେପିର ଦିଲ୍ଲୀ ୟୁନିଟ୍ ମୁଖପାତ୍ର ତଜିନ୍ଦର ପାଲ ସିଂ ବଗ୍ଗା ଓ ଆମ ଆଦମୀ ପାର୍ଟି ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ନେଉନାହିଁ। ତଜିନ୍ଦରଙ୍କୁ ତାଙ୍କ ଘରୁ ପଞ୍ଜାବ ପୁଲିସ ଉଠାଇ ନେବା ଏବଂ ମଝି ରାସ୍ତାରେ ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରିବା ଭଳି ନାଟକୀୟ ଘଟଣା ପରେ ଏବେ ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଟାର୍ଗେଟ କରିଛନ୍ତି ତଜିନ୍ଦର ବଗ୍ଗା।

ସେ କହିଛନ୍ତି ଯେ, ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା କାମକୁ କେବଳ ଅପହରଣ କୁହାଯାଇପାରେ ଏବଂ ଅନ୍ୟ କିଛି ନୁହେଁ।। ଏହା ଦର୍ଶାଏ ଯେ ସେ କେତେ ଭୟଭୀତ। ଯିଏ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କିଛି କହେ, ପୁଲିସ୍ ସେମାନଙ୍କୁ ଚୁପ କରାଇଦିଏ। ସେ ପ୍ରୀତି ଗାନ୍ଧୀ ହୁଅନ୍ତୁ କି ନବୀନ କୁମାର, କୁମାର ବିଶ୍ୱାସ ବା ଅଳକା ଲାମ୍ବା ହୁଅନ୍ତୁ, ସମସ୍ତଙ୍କୁ ଚୁପ କରାଇଦେଇଛନ୍ତି କେଜ୍ରିୱାଲ।

publive-image indiatoday

ଉଲ୍ଲେଖଯୋଗ୍ୟ, ମୋହାଲିର ଏକ ପୁଲିସ ଷ୍ଟେସନରେ ଏପ୍ରିଲରେ ବଗ୍ଗାଙ୍କ ବିରୋଧରେ ଉତ୍ତେଜନା ସୃଷ୍ଟି କଲା ଭଳି ଭାଷଣ, ଶତ୍ରୁତା ବଢ଼ାଇବା ଏବଂ ଅପରାଧୀକ ଧମକ ଦେଇଥିବା ନେଇ ମାମଲା ରୁଜୁ ହୋଇଥିଲା। ମାମଲା ରୁଜୁ ପରେ ବିଜେପି ନେତା ତାଜିନ୍ଦର ପାଲ୍‌ ସିଂହ ବଗ୍ଗାଙ୍କୁ ଶୁକ୍ରବାର ଦିନ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ ପଞ୍ଜାବ ପୁଲିସ ଗିରଫ କରିଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆମ୍‌ ଆଦ୍‌ମି ପାର୍ଟି ବିରୋଧରେ ବଗ୍ଗା ସୋସିଆଲ ମିଡିଆରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ପଂଜାବରେ ମାମଲା ରୁଜୁ ହୋଇଥିଲା। ଶୁକ୍ରବାର ସକାଳେ ପ୍ରାୟ ୫୦ ଜଣ ପଂଜାବ ପୁଲିସ ୧୦-୧୨ଟି ଗାଡ଼ିରେ ଆସି ବଗ୍ଗାଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲେ। ଉକ୍ତ ଟିମ୍‌ ବଗ୍ଗାଙ୍କୁ ସଡ଼କପଥରେ ମୋହାଲି ନେଉଥିବା ବେଳେ ସେମାନଙ୍କୁ ହରିୟାଣା ପୁଲିସ କୁରୁକ୍ଷେତ୍ର ନିକଟରେ ଅଟକାଇଥିଲା। ହରିୟାଣା ପୁଲିସ ଅଧିକାରୀ କହିଥିଲେ ଯେ ବଗ୍ଗାଙ୍କୁ ବଳପୂର୍ବକ ତାଙ୍କ ଘରୁ ଉଠାଇ ନିଆଯାଇଥିବା ନେଇ ଦିଲ୍ଲୀ ପୁଲିସ ରିପୋର୍ଟ କରିଥିଲା। ତେଣୁ ଏହି ଘଟଣାର ଯାଞ୍ଚ ପାଇଁ ସେମାନଙ୍କୁ ଅଟକାଯାଇଥିଲା। ଦିଲ୍ଲୀରୁ ବଗ୍ଗାଙ୍କୁ ଆଣିଥିବା ପଞ୍ଜାବ ପୁଲିସର ଗାଡ଼ିଗୁଡ଼ିକୁ କୁରୁକ୍ଷେତ୍ରର ପିପଲି ଥାନା ନିଆଯାଇଥିଲା। ଏହାର କିଛି ସମୟ ପରେ ସେଠାରେ ଦିଲ୍ଲୀ ପୁଲିସ ପହଞ୍ଚିବାରୁ ହରିୟାଣା ପୁଲିସ ବଗ୍ଗାଙ୍କୁ ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରିଥିଲା। ଏବେ ବଗ୍ଗାଙ୍କ ଗିରଫଦାରୀ ଉପରେ ଶୁଣାଣି କରି ଜୁଲାଇ ୫ ପର୍ଯ୍ୟନ୍ତ ରୋକ୍ ଲଗାଇଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe