Image Courtesy of Zee News
ନୂଆଦିଲ୍ଳୀ: ରାଜ୍ୟମାନେ ବିଦେଶରୁ କୋଭିଡ୍ ଟିକା ହାସଲ ପାଇଁ ପ୍ରତିଦ୍ବନ୍ଦ୍ବିତା କରିପାରିବେ ନାହିଁ। ଏଭଳି ହେଲେ ରାଜ୍ୟମାନଙ୍କ ପାଇଁ ଜଟିଳ ସ୍ଥିତି ଉତ୍ପନ୍ନ ହେବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ଦିଲ୍ଲୀରେ କୋଭିଡ୍ ଟିକା ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ ହେଉନଥିବାରୁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଆଜି କେଜ୍ରିୱାଲ କହିଛନ୍ତି ଯେ ଯଦି ପାକିସ୍ତାନ ଭାରତ ଉପରେ ଆକ୍ରମଣ କରେ କ’ଣ କେନ୍ଦ୍ର ସରକାର କ’ଣ କହିପାରିବେ କି ଦିଲ୍ଲୀ ସରକାର ପରମାଣୁ ବୋମା ତିଆରି କରିଛି କି, ୟୁପି, ବିହାର ଟ୍ୟାଙ୍କ୍ ପ୍ରସ୍ତୁତ ରଖିଛନ୍ତି କି ? ଯଦି ଏଭଳି ହୋଇପାରିବ ନାହିଁ ତା’ହେଲେ ଟିକା କ୍ଷେତ୍ରରେ ରାଜ୍ୟମାନଙ୍କ ଉପରେ କେନ୍ଦ୍ର ସରକାର କାହିଁକି ନିଷ୍ପତ୍ତି ଲଦି ଦେଉଛନ୍ତି ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି।
Follow Us