ଏଲ୍‌ଜିଙ୍କ ବିରୋଧରେ କେଜ୍ରିୱାଲଙ୍କ ପ୍ରେମପତ୍ର ଟିପ୍ପଣୀ

Advertisment
ଆପ୍‌କୁ ଜାତୀୟ ଦଳ ଘୋଷଣା କଲେ କେଜ୍ରିୱାଲ

Image Courtesy of Moneycontrol

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାକୁ ନେଇ କଡ଼ା କଟାକ୍ଷ କରିଛନ୍ତି। ଏକ ଟ୍ବିଟ୍‌ରେ କେଜ୍ରିୱାଲ କହିଛନ୍ତି ଯେ ଗତ ୬ ମାସ ମଧ୍ୟରେ ଏଲଜି ସାହେବ ତାଙ୍କୁ ଅନେକ ପ୍ରେମପତ୍ର ପଠାଇଛନ୍ତି। କେଜ୍ରିୱାଲ କହିଛନ୍ତି, ତାଙ୍କ ପତ୍ନୀ ତାଙ୍କୁ ତାଙ୍କ ଜୀବନ କାଳ ମଧ୍ୟରେ ଯେତିକି ପ୍ରେମ ପତ୍ର ପଠାଇନଥିବେ ଏଲ୍‌ଜି ତାଙ୍କୁ ତାଠାରୁ ଅଧିକ ପ୍ରେମପତ୍ର ପଠାଇଛନ୍ତି। ତେବେ କେଜ୍ରିୱାଲଙ୍କ ଏଭଳି ଟିପ୍ପଣୀକୁ ବିଜେପି ସାଂସଦ ମନୋଜ ତିୱାରୀ ଜୋରଦାର ବିରୋଧ କରିଛନ୍ତି।

ତିୱାରୀ କହିଛନ୍ତି, ‌କେଜ୍ରିୱାଲଙ୍କର ଏଭଳି କଥାରୁ ତାଙ୍କ କ୍ଷୁଦ୍ର ମାନସିକତା ପଦାରେ ପଡ଼ିଯାଉଛି। ଗତ ୭ ବର୍ଷ ମଧ୍ୟ‌ରେ କେଜ୍ରିୱାଲ କୌଣସି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସମ୍ପାଦନ କରିନାହାନ୍ତି କହି ପୂର୍ବତନ ଦିଲ୍ଲୀ ବିଜେପି ମୁଖ୍ୟ ତାଙ୍କ ବିରୋଧରେ ବର୍ଷିଛନ୍ତି। ତିୱାରୀ କହିଛନ୍ତି, କେଜ୍ରିୱାଲ କେବଳ ଲୁଟ୍‌ କରିବାଏବଂ ମିଛ କହିବାରେ ଆଗ୍ରହ‌ୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe