କେଜ୍ରିୱାଲଙ୍କ ପଡ଼ୋଶୀ ଆତଙ୍କବାଦୀ, ଅଣ୍ଡରୱାର୍ଲ୍ଡ ଡନ୍

Advertisment
କେଜ୍ରିୱାଲଙ୍କ ପଡ଼ୋଶୀ ଆତଙ୍କବାଦୀ, ଅଣ୍ଡରୱାର୍ଲ୍ଡ ଡନ୍

ନୂଆଦିଲ୍ଲୀ: ତିହାର ଜେଲ୍‌ ନମ୍ବର ୨ର ଏକ ସେଲ୍‌ରେ ବନ୍ଦୀ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲଙ୍କ ପଡ଼ୋଶୀରେ ଏବେ ଅଛନ୍ତି ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ, କୁଖ୍ୟାତ ଗ୍ୟାଙ୍ଗଷ୍ଟର ନୀରଜ ବୱାନା ଏବଂ ଆତଙ୍କବାଦୀ ଜିଆଉର ରେହମାନ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆପ୍ ସୁପ୍ରିମୋଙ୍କୁ ଗତକାଲି ଜେଲ୍‌ ପଠାଯାଇଥିଲା ଏବଂ ଆସନ୍ତା ଦୁଇ ସପ୍ତାହ ପାଇଁ ସେ ତିହାର ଜେଲରେ ରହିବେ।

ଛୋଟା ରାଜନ ଏକଦା ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ଥିଲା। ନୀରଜ ବଵାନା ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟର, ଯାହା ନାଁରେ ୪୦ରୁ ଅଧିକ ହତ୍ୟା, ହତ୍ୟା ଉଦ୍ୟମ ଓ ଦାଦାବଟି ମାମଲା ରହିଛି। ଜିଆଉର ରେହମାନ୍ ଇଣ୍ଡିଆନ୍ ମୁଜାହିଦ୍ଦିନ୍ (ଆଇଏମ୍)ର ଜଣେ ଆତଙ୍କବାଦୀ। ଆପ୍‌ ସରକାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜେଲ ନମ୍ବର ୧ରେ ଥିବା ବେଳେ ବିଆରଏସ୍‌ ନେତ୍ରୀ କେ କବିତା ଜେଲ ନମ୍ବର ୬ରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe