ଆର୍‌ଟିପିସିଆର୍‌ ଟେଷ୍ଟ୍‌ର ମୂଲ୍ୟ କମାଇବା ପାଇଁ କେଜ୍ରିୱାଲ୍‌ଙ୍କ ନିର୍ଦ୍ଦେଶ

Advertisment
ଆର୍‌ଟିପିସିଆର୍‌ ଟେଷ୍ଟ୍‌ର ମୂଲ୍ୟ କମାଇବା ପାଇଁ କେଜ୍ରିୱାଲ୍‌ଙ୍କ ନିର୍ଦ୍ଦେଶ

Image Courtesy of Hindustan Times

ନୂଆଦିଲ୍ଲୀ : ଦିଲ୍ଲୀରେ ଆର୍‌ଟିପିସିଆର ଟେଷ୍ଟ୍‌ର ମୂଲ୍ୟ ୨ ତୃତୀୟାଂଶ କମାଇବାପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ନିର୍ଦ୍ଦେଶ ଦେଇଛନ୍ତି। ଯଦିଓ ଦିଲ୍ଲୀର ସରକାରୀ ହସ୍ପିଟାଲ୍‌ମାନଙ୍କରେ ଏହି ଟେଷ୍ଟ୍ ସମ୍ପୂର୍ଣ୍ଣ ମାଗଣା ହେଉଛି କିନ୍ତୁ ଘରୋଇ ଲ୍ୟାବ୍‌ ଗୁଡ଼ିକରେ ଆର୍‌ଟିପିସିଆର ଟେଷ୍ଟ୍‌ ପାଇଁ ୨,୪୦୦ ଟଙ୍କା ପଡ଼ୁଛି। ତେବେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ଙ୍କ ନିର୍ଦ୍ଦେଶ ପରେ ଏଣିକି ଘରୋଇ ଲ୍ୟାବ୍‌ରେ ଆର୍‌ଟିପିସିଆର ଟେଷ୍ଟ୍‌ ପ୍ରାୟ ୮୦୦ ପଡ଼ିବ। ମହାରାଷ୍ଟ୍ର, ରାଜସ୍ଥାନ ଏବଂ ତାମିଲନାଡ଼ୁ ପରି ରାଜ୍ୟମାନଙ୍କରେ କୋଭିଡ୍‌ ଆର୍‌ଟିପିସିଆର୍‌ ଟେଷ୍ଟ୍‌ ମୂଲ୍ୟ ପୂର୍ବରୁ କମ୍‌ କରାଯାଇଥିଲା। ଆର୍‌ଟିପିସିଆର ଟେଷ୍ଟ୍‌ ମୂଲ୍ୟ କମ୍‌ କରିବାପାଇଁ ସୁପ୍ରିମକୋର୍ଟରେ ମଧ୍ୟ ଆବେଦନ ହୋଇଥିଲା। ଆର୍‌ଟିପିସିଆର ଟେଷ୍ଟ୍‌ ମୂଲ୍ୟ ସର୍ବାଧିକ ୪୦୦ ରଖିବାପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ତେବେ କୋର୍ଟ ଏହି ମାମଲାରେ କେନ୍ଦ୍ରଠାରୁ ଜବାବ ମାଗିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe