ପଂଜାବରେ କେଜ୍ରିୱାଲ୍‌ ନିର୍ବାଚନ ପ୍ରସ୍ତୁତି ଜୋରଦାର

Advertisment
ପଂଜାବରେ କେଜ୍ରିୱାଲ୍‌ ନିର୍ବାଚନ ପ୍ରସ୍ତୁତି ଜୋରଦାର

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏବେ ପଂଜାବ ଗସ୍ତରେ ଅଛନ୍ତି। ରାଜ୍ୟରେ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୪ ମାସ ଥିବା ବେଳେ କେଜ୍ରିୱାଲ୍‌ ଆପ୍‌ର ନିର୍ବାଚନୀ ପ୍ରସ୍ତୁତି ଜୋରଦାର କରିଛନ୍ତି। ପଂଜାବ କଂଗ୍ରେସରେ ଜାରି ରହିଥିବା ସଙ୍କଟରୁ ଫାଇଦା ଉଠାଇ କେଜ୍ରିୱାଲ ଏବେ ଆପ୍‌କୁ ଆଗେଇ ନେବାପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। କେଜ୍ରିୱାଲ୍‌ କହିଛନ୍ତି, ଆମେ ଏଭଳି ଜଣେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦେବୁ ଯାହାଦ୍ବାରା ଆପଣମାନେ ସମସ୍ତେ ଗର୍ବ ଅନୁଭବ କରିବେ। ସମଗ୍ର ପଂଜାବ ଏଥିପାଇଁ ଗର୍ବିତ ହେବ। ଆସନ୍ତାକାଲି କେଜ୍ରିୱାଲ୍‌ ଏକ ସାମ୍ବାଦିକ ସମ୍ମିଳନୀ କରି କେତେକ ବିଶେଷ ଘୋଷଣା କରିପାରନ୍ତି। କେଜ୍ରିୱାଲ୍‌ ଏବେ ୨ ଦିନିଆ ପଂଜାବ ଗସ୍ତରେ ଅଛନ୍ତି। ନୂଆ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି । କିନ୍ତୁ ଦାଗି ନେତାମାନଙ୍କୁ କ୍ୟାବିନେଟ୍‌ରେ ରଖିବାକୁ କେଜ୍ରିୱାଲ୍‌ ବିରୋଧ କରିଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସେ ଚନ୍ନିଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe