୧୦ଟା ବେଳେ, ୧୦ ମିନିଟ ପାଇଁ, ୧୦ ସପ୍ତାହଯାଏଁ ମଶା ପ୍ରଜନନ ବନ୍ଦ କରାନ୍ତୁ: କେଜ୍ରିଓ୍ଵାଲ୍‌

Advertisment
୧୦ଟା ବେଳେ, ୧୦ ମିନିଟ ପାଇଁ, ୧୦ ସପ୍ତାହଯାଏଁ ମଶା ପ୍ରଜନନ ବନ୍ଦ କରାନ୍ତୁ: କେଜ୍ରିଓ୍ଵାଲ୍‌

Image Source: Hindustan Times

ନୂଆଦିଲ୍ଲୀ: ମଶା ପ୍ରଜନନ ନିୟନ୍ତ୍ରଣ କରାଇବାକୁ ନାଗରିକମାନଙ୍କ ଅଭିଯାନର ଶୁଭାରମ୍ଭ କରି ବୁଧବାର ଦିନ ଦିଲ୍ଲୀର ପ୍ରଧାନମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ କହିଛନ୍ତି: ଡେଙ୍ଗୁ ଏବଂ ଚିକୁନ୍‌ଗୁନିଆ ଭଳି ରୋଗକୁ ପ୍ରତିରୋଧ କରିବା ପାଇଁ ଆପଣମାନଙ୍କ ଘରେ ଏବଂ ଚତୁଃପାର୍ଶ୍ୱକୁ ୧୦ଟା ବେଳେ, ୧୦ ମିନିଟ୍‌ ପାଇଁ, ୧୦ ସପ୍ତାହ ଯାଏଁ ପ୍ରତି ରବିବାର ଦିନ ମଶା ପ୍ରଜନନ ବନ୍ଦ କରାନ୍ତୁ।

ସେ କହିଛନ୍ତି: ଫୁଲକୁଣ୍ଡ, କୁଲର୍‌ ଏବଂ ଅନ୍ୟାନ୍ୟ ସ୍ଥାନରେ ପାଣି ଜମି ରହୁଛି କି, ନାହିଁ ପ୍ରତି ରବିବାର ଆମକୁ ଯାଞ୍ଚ କରିବାକୁ ପଡ଼ିବ। ଯଦି ଜମିଥାଏ ତାହାକୁ ନିଷ୍କାସନ କରାଇବାର ବ୍ୟବସ୍ଥା କରନ୍ତୁ।

ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଥିବା ଏହି ଅଭିଯାନ ଅଧୀନରେ ଏଡିସ୍‌ ମଶା ପ୍ରଜନନ ନିୟନ୍ତ୍ରଣ କରାଇବାକୁ ସରକାର ଦିଲ୍ଲୀ ବାସିନ୍ଦା, ବାସିନ୍ଦା କଲ୍ୟାଣ ସଂଗଠନ, ମନ୍ତ୍ରୀ ଓ ସରକାରୀ କର୍ମଚାରୀ ଏବଂ ସ୍କୁଲ୍‌ ପିଲାଙ୍କ ସହଯୋଗ ଲୋଡୁଛନ୍ତି।

publive-image

ଡେଙ୍ଗୁ ଓ ଚିକୁନ୍‌ଗୁନିଆ ସଂକ୍ରମଣ କରାଉଥିବା ଏହି ମଶାଙ୍କର ପରମାୟୁ ଆଠରୁ ଦଶ ଦିନ। ଏମାନେ ସ୍ୱଚ୍ଛ ଓ ସ୍ଥିର ଜଳରେ ଅଣ୍ଡା ଦିଅନ୍ତି।

କେଜ୍ରିଓ୍ଵାଲ୍‌ କହିଛନ୍ତି: ଗତ ଚାରି ବର୍ଷର ଡାଟା ଦେଖିଲେ ଆପଣ ଜାଣି ପାରିବେ ଡେଙ୍ଗୁ ସଂକ୍ରମଣ କେସ୍‌ ୮୦% ହ୍ରାସ ପାଇଛି। ୨୦୧୫ରେ ଆପ୍‌ ସରକାର କ୍ଷମତାକୁ ଆସିବା ବେଳେ ୧୫, ୮୬୭ଟି କେସ୍‌ ଥିଲା ଏବଂ ୬୦ ଜଣଙ୍କର ମୃତ୍ୟୁ ଘଟିଥିଲା। ୨୦୧୮ରେ ୨, ୭୮୯ଟି କେସ୍‌ ଏବଂ ୪ଜଣଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟ ହୋଇଛି। ଆମେ ଚାହୁଁ ଏଇ ଧାରା ବଜାୟ ରହୁ ଓ କେସ୍‌ ସଂଖ୍ୟା କମୁ। ଏଥିପାଇଁ ଆମେ ଦିଲ୍ଲୀବାସୀଙ୍କ ସହଯୋଗ ଲୋଡ଼ି ଏହି ଅଭିଯାନ ଆରମ୍ଭ କରୁଛୁ।

ବର୍ଷାଋତୁରେ ଅଧିକ ପ୍ରଜନନସ୍ଥଳୀ ମିଳୁଥିବାରୁ ଏହି ମଶାମାନଙ୍କର ବଂଶ ବଢ଼ିଯାଇ ଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe