ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତ: ‘କେମ୍‌ ଛ୍ଛୋ ଟ୍ରମ୍ପ’ରେ ପ୍ରକମ୍ପିତ ହେବ ଅହମ୍ମଦାବାଦର ନବ ନିର୍ମିତ ସର୍ଦ୍ଦାର ପଟେଲ ଷ୍ଟାଡ଼ିୟମ

Advertisment
ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତ: ‘କେମ୍‌ ଛ୍ଛୋ ଟ୍ରମ୍ପ’ରେ ପ୍ରକମ୍ପିତ ହେବ ଅହମ୍ମଦାବାଦର ନବ ନିର୍ମିତ ସର୍ଦ୍ଦାର ପଟେଲ ଷ୍ଟାଡ଼ିୟମ

News Nation

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସସ୍ତ୍ରୀକ ଫେବ୍ରୁଆରି ୨୪ ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଥିବା ବେଳେ ତାଙ୍କୁ ଗୁଜୁରାଟର ଅହମ୍ମଦାବାଦରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆମେରିକା ଗସ୍ତକାଳରେ ହ୍ୟୁଷ୍ଟନ ଠାରେ ଯେପରି ଢ଼ଙ୍ଗରେ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଠିକ୍‌ ସେଇ ସମାନ ଢ଼ଙ୍ଗରେ ଅହମ୍ମଦାବାଦରେ ନବ ନିର୍ମିତ ସର୍ଦ୍ଦାର ପଟେଲ ଷ୍ଟାଡ଼ିୟମ୍‌ରେ ‘କେମ୍‌ ଛ୍ଛୋ ଟ୍ରମ୍ପ’ ନାମରେ ଏକ ବିରାଟ ଓ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି ‘କେମ୍‌ ଛ୍ଛୋ ଟ୍ରମ୍ପ’ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦୀ ଏକତ୍ରିତ ହେବା ସହ ସାଧାରଣ ଜନତାଙ୍କୁ ଉଦ୍‌ବୋଧନ ଦେବା ସହ ମତ ବିନିମୟ କରିବେ। ଉଲ୍ଲେଖଯୋଗ୍ୟ ଇଂରାଜୀରେ ‘ହାଓଡି’ର ଅର୍ଥ ଯାହା ଗୁଜୁରାଟୀରେ ‘କେମ୍‌ ଛ୍ଛୋ’ର ଅର୍ଥ ତାହା- କେମିତି ଅଛ?

publive-image Rediff

ରାଷ୍ଟ୍ରପତି ଟ୍ରମ୍ପଙ୍କ ଦୁଇ ଦିନିଆ ଭାରତ ଗସ୍ତ କାଳରେ ନୂଆଦିଲ୍ଲୀ ଓ ଅହମ୍ମଦାରେ ତାଙ୍କୁ ନେଇ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ‘କେମ୍‌ ଛ୍ଛୋ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପୂର୍ବରୁ ଟ୍ରମ୍ପ ଓ ମୋଦୀ ଅହମ୍ମଦାବାଦରେ ରୋଡ୍‌ ସୋ’ କରିବା ସହ ଟ୍ରମ୍ପ ଗାନ୍ଧୀଜୀଙ୍କ ସାବରମତି ଆଶ୍ରମକୁ ପରିଦର୍ଶନ କରିବେ।

publive-image News Nation

ଏହି ଅବସରରେ ‘କେମ୍‌ ଛ୍ଛୋ ଟ୍ରମ୍ପ’ କାର୍ଯ୍ୟକ୍ରମ ସହ ଅହମ୍ମଦାବାଦରେ ନବ ନିର୍ମିତ ସର୍ଦ୍ଦାର ପଟେଲ ଷ୍ଟାଡ଼ିୟମ୍‌କୁ ମଧ୍ୟ ରାଷ୍ଟ୍ରପତି ଟ୍ରମ୍ପ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe