କେନ୍ଦ୍ର ସାହିତ୍ୟ ଅକାଦେମି: ପୁରସ୍କାର ଗ୍ରହଣ କଲେ ଓଡ଼ିଶାର ଦୁଇ ପ୍ରତିଷ୍ଠିତ ଲେଖକ

Advertisment

କେନ୍ଦ୍ର ସାହିତ୍ୟ ଅକାଦେମିର ଛଅଦିନିଆ ବାର୍ଷିକ ସାହିତ୍ୟୋତ୍ସବ - ୨୦୨୫ ଅବସରରେ ମର୍ଯ୍ୟାଦାଜନକ ସାହିତ୍ୟ ଅକାଦେମି ପୁରସ୍କାର-୨୦୨୪ ବିତରଣ ସମାରୋହ ଆଜି ସଂଧ୍ୟାରେ ଆୟୋଜିତ ହୋଇଯାଇଛି।

କେନ୍ଦ୍ର ସାହିତ୍ୟ ଅକାଦେମିର ଛଅଦିନିଆ ବାର୍ଷିକ ସାହିତ୍ୟୋତ୍ସବ - ୨୦୨୫ ଅବସରରେ ମର୍ଯ୍ୟାଦାଜନକ ସାହିତ୍ୟ ଅକାଦେମି ପୁରସ୍କାର-୨୦୨୪ ବିତରଣ ସମାରୋହ ଆଜି ସଂଧ୍ୟାରେ ଆୟୋଜିତ ହୋଇଯାଇଛି।

gjgjgjngf

ନୂ୍ଆଦିଲ୍ଲୀ: କେନ୍ଦ୍ର ସାହିତ୍ୟ ଅକାଦେମିର ଛଅଦିନିଆ ବାର୍ଷିକ ସାହିତ୍ୟୋତ୍ସବ - ୨୦୨୫ ଅବସରରେ ମର୍ଯ୍ୟାଦାଜନକ ସାହିତ୍ୟ ଅକାଦେମି ପୁରସ୍କାର-୨୦୨୪ ବିତରଣ ସମାରୋହ ଆଜି ସଂଧ୍ୟାରେ ଆୟୋଜିତ ହୋଇଯାଇଛି। ସ୍ଥାନୀୟ କମାନୀ ଅଡିଟୋରିୟମ୍‌ରେ ଆୟୋଜିତ ପୁରସ୍କାର ବିତରଣ ସମାରୋହରେ  ଅକାଦେମି ସଭାପତି ମାଧବ କୌଶିକ ଦେଶର ୨୪ଟି ଭାଷାର ପୁରସ୍କୃତ ଲେଖକଙ୍କୁ ପୁଷ୍ପଗୁଚ୍ଛ, ଅଙ୍ଗବସ୍ତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପୁରସ୍କାର ବାବଦରେ ପ୍ରତ୍ୟେକ ପୁରସ୍କୃତ ଲେଖକଙ୍କୁ ଏକ ଲକ୍ଷ ଟଙ୍କାର ଅର୍ଥରାଶି ସହ ତାମ୍ରଫଳକ ପ୍ରଦାନ କରାଯାଇଥିଲା। 

ଏଥିରେ ଓଡ଼ିଆ ଭାଷାର ଖ୍ୟାତନାମା ସାହିତ୍ୟିକ ପ୍ରଫେସର ବୈଷ୍ଣବ ଚରଣ ସାମଲ ଏବଂ ସାନ୍ତାଳୀ ଭାଷାରେ ମହେଶ୍ବର ସୋରେନଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରଫେସର ସାମଲଙ୍କୁ ୨୦୨୦ରେ ପ୍ରକାଶିତ ପ୍ରବନ୍ଧ ପୁସ୍ତକ ‘ଭୂତି ଭକ୍ତି ବିଭୂତି’ ଲାଗି ପୁରସ୍କାର ପ୍ରଦାନ କରାଯାଇଥିବା ‌ବେଳେ ଶ୍ରୀ ସୋରେନଙ୍କୁ ୨୦୧୮ରେ ପ୍ରକାଶିତ ନାଟ୍ୟ ପୁସ୍ତକ ‘ସେଚେତ୍ ସାୱନ୍ତା ରେନ୍ ଆନ୍ଧା ମାନମୀ’ ପାଇଁ  ପୁରସ୍କୃତ କରାଯାଇଥିଲା। ପୁରସ୍କାର ବିତରଣ ସମାରୋହରେ ମୁଖ୍ୟଅତିଥି ଭାବେ ପ୍ରସିଦ୍ଧ ଇଂରାଜୀ ନାଟ୍ୟକାର ମହେଶ ଦତ୍ତାନୀ ଯୋଗଦେଇଥିଲେ। ପ୍ରାରମ୍ଭରେ ଅକାଦେମିର ସଚିବ କେ. ଶ୍ରୀନିବାସ ରାଓ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅକାଦେମିର ଉପାଧ୍ୟକ୍ଷ ପ୍ରଫେସର କୁମୁଦ ଶର୍ମା ସମାପନ ବକ୍ତବ୍ୟ ଦେଇଥିଲେ। ସାହିତ୍ୟ ଅକାଦେମିର ପୁରସ୍କାର ବିତରଣ ସମାରୋହରେ ସାହିତ୍ୟିକ, ଲେଖକ, ବୁଦ୍ଧିଜୀବୀ, କଳା ଓ ସଂସ୍କୃତିପ୍ରେମୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe