ନୂଆଦିଲ୍ଲୀ : ଆସନ୍ତା ୧୨ ତାରିଖରୁ କେନ୍ଦ୍ର ସାହିତ୍ୟ ଏକାଡେମୀର ବାର୍ଷିକ ଉତ୍ସବ-୨୦୧୮ ଆରମ୍ଭ ହେବ। ୧୭ ତାରିଖରେ ସରୁଥିବା ଏହି ଛଅ ଦିନିଆ କାର୍ଯ୍ୟକ୍ରମରେ ଦେଶର ୨୫୦ରୁ ଊର୍ଦ୍ଧ୍ୱ ବଛାବଛା ଲେଖକ ଓ କବି ସାମିଲ ହେବେ। ଉତ୍ସବରେ କବି ସମ୍ମିଳନୀ, ସାହିତ୍ୟ ଚର୍ଚ୍ଚା ଓ ପ୍ରଦର୍ଶନୀ ଭଳି ଅନେକ ସାହତ୍ୟ ସମ୍ପର୍କିତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ରବୀନ୍ଦ୍ର ଭବନ ପରିସରରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଏକାଡେମିର ବିଭିନ୍ନ ଗତିବିଧି ସମ୍ପର୍କିତ ପ୍ରଦର୍ଶନୀକୁ ବିଶିଷ୍ଠ କଥାକାର ଚିତ୍ରା ମୁଦ୍ଗଲ ଲୋକାର୍ପିତ କରିବେ। ସେଦିନ ସନ୍ଧ୍ୟାରେ ୨୪ଟି ଭାରତୀୟ ଭାଷାର କେନ୍ଦ୍ର ସାହିତ୍ୟ ଏକାଡେମି-୨୦୧୭ ବିଜେତାଙ୍କୁ ପୁରସ୍କୃତ କରାଯିବ। ସୁସାହିତ୍ୟିକା ଗାୟତ୍ରୀ ସରାଫଙ୍କୁ ଗଳ୍ପ ସଙ୍କଳନ ‘ଇଟାଭାଟିର ଶିଳ୍ପୀ’ ପାଇଁ ପୁରସ୍କୃତ କରାଯିବ। ଏ ସେହିପରି ‘୭୦ ବର୍ଷର ଭାରତୀୟ ସ୍ୱାଧୀନତା: ସାହିିତ୍ୟିକ ବର୍ଣ୍ଣନା’ ଶୀର୍ଷକ ଆଲୋଚନାଚକ୍ରକୁ ପ୍ରତିଷ୍ଠିତ ଓଡ଼ିଆ ଲେଖକ ମନୋଜ ଦାସ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।
୧୨ରୁ କେନ୍ଦ୍ର ସାହିତ୍ୟ ଏକାଡେମିର ବାର୍ଷିକୋତ୍ସବ
Advertisment
Follow Us